ନିମାପଡା: ଦୁର୍ଘଟଣାରେ ହୋମଗାର୍ଡଙ୍କ ମୃତ୍ୟୁ । ଗତକାଲି ବିଳମ୍ବିତ ରାତିରେ ମୋଟର ସାଇକେଲ ଦୁର୍ଘଟଣାରେ ଜଣେ ହୋମଗାର୍ଡଙ୍କ ମୃତୁ୍ୟ ହୋଇଥିବା ସୂଚନା ମିଳିଛି । ଘଟଣା ଘଟିଛି ପୁରୀ ଜିଲ୍ଲା ନିମାପଡା ଅଞ୍ଚଳରେ । ମୃତକ ହେଉଛନ୍ତିି ସ୍ଥାନୀୟ ପାଟପୁର ହାଟସାହି ଗ୍ରାମର ପ୍ରକାଶ କୁମାର ନାୟକ । ସିଏ ନିମାପଡା ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିଲେ । ଗତକାଲି ବିଳମ୍ବିତ ରାତିରେ ପ୍ରକାଶ ଡ୍ୟୁଟି ସାରି ଘରକୁ ନିଜ ମୋଟର ସାଇକେଲରେ ଫେରୁଥିଲେ । ଠିକ୍ ଏହି ସମୟରେ ମୁସଲିମ ବସ୍ତି ନିକଟରେ ତାଙ୍କ ବାଇକ୍ ଭାରସାମ୍ୟ ହରାଇ କେନାଲ ମଧ୍ୟକୁ ଗଡିଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତୁ୍ୟ ହୋଇଯାଇଛି । ଆଜି ସକାଳୁ ଖବର ପାଇ ନିମାପଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0