ଦାରିଙ୍ଗବାଡି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଅନ୍ତର୍ଗତ ଡକରାବାଡି ଗ୍ରାମରେ ଗତକାଲି ଅପରାହ୍ନ ୪.୩୦ରେ ଅଗ୍ନିକାଣ୍ଡ ଘଟି ଜଣେ ବ୍ୟକ୍ତିର ସମ୍ପୂର୍ଣ୍ଣ ଘର ପୋଡିଯାଇଛି । ଏଥି ସହ ଘରର ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ତେବେ ଏହି ଅଗ୍ନିକାଣ୍ଡ ବିଦ୍ୟୁତ ସର୍ଟସର୍କିଟରୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସୂଚନା ମୁତାବକ, ଗ୍ରାମର ମିଥୁନ ଦିଗାଲଙ୍କ ଘରେ ସର୍ଟସକିର୍ଟ ଅଗ୍ନକାଣ୍ଡ ଘଟିଛି । ଘରେ ନିଆଁ ଲାଗିଥିବା ସମୟରେ ମିଥୁନ ଦିଗାଲଙ୍କ ୧୦ ବର୍ଷର ପୁଅ ଆଦିତ୍ୟ ଦିଗାଲ ଘରେ ଶୋଇଥିଲେ । ହଠାତ ଘରେ ନିଆଁ ଲାଗିବା ଦେଖି ଆଦିତ୍ୟ ଘର ବାହାରକୁ ବାହାରି ପାଖପଡୋଶୀ ଲୋକଙ୍କୁ ଡାକିଥିଲା । ଲୋକ ଆସି ନିଆଁ ଲିଭାଇବା ପାଇଁ ଚେଷ୍ଟା କରିବା ସହ ଦାରିଙ୍ଗବାଡି ଅଗ୍ନିଶମ ବିଭାଗକୁ ଫୋନ କରି ଜଣାଇଥିଲେ । ଦାରିଙ୍ଗବାଡି ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବା ଭିତରେ ଘର ସମ୍ପୂର୍ଣ୍ଣ ଜଳିଯାଇଥିଲା । ଘରେ ଥିବା ୧୦ ବସ୍ତା ଧାନ, ଦୁଇ ବସ୍ତା ଚାଉଳ, ରାସନ କାର୍ଡ, ଜରୁରୀ କାଗଜପତ୍ର, ସୁନା, ରୂପା , ନଗଦ ୨୦ ହଜାର ଟଙ୍କା, ଲୁଗାପଟା, ଓ ଅନ୍ୟାନ୍ୟ ଜିନିଷ ପୋଡି ପାଉଁଶ ହୋଇଯାଇଛି ।



Visitors Today : 0
Total Visitors : 130224
Total Views : 9891699
Visitors Online Now : 0