spot_img

ପୋଲିସ ବିଭାଗରେ ନିଯୁକ୍ତି ପାଇଁ ଯୁବପିଢିଙ୍କ ପାଇଁ ପୁଣି ଏକ ସୁଯୋଗ, ବଢିଲା ଆବେଦନ ତାରିଖ

ରାଜ୍ୟ ସ୍ତରୀୟ ପୋଲିସ ଭର୍ତ୍ତି ବୋର୍ଡ, ଆସାମ ଦ୍ୱାରା ଜାରି କରାଯାଇଥିବା ସୂଚନା ଦ୍ୱାରା ଆସିଷ୍ଟାଣ୍ଟ ଇସ୍ପେକ୍ଟର (ଏକ୍ସାଇଜ) ଏବଂ ଏକ୍ସସାଇଜ କନେଷ୍ଟବଳ ପଦବୀରେ ନିଯୁକ୍ତି ଜାରି । ଇଛୁକ ଆବେଦନକାରୀ ଏହି ପଦବୀରେ ଆବେଦନ କରିବା ପାଇଁ ଗତ ଜୁଲାଇ ୬ ତାରିଖ ଶେଷ ତାରିଖ ଥିବା ବେଳେ ଏବେ ଆବେଦନ ଚତାରିଖ ବୃଦ୍ଧି ପାଇ ୨୫ ଜୁଲାଇ କରାଯାଇଛି । ଏନେଇ ଏବେ ଆପଣ ଘରେ ବସି ମଧ୍ୟ ଅନଲାଇନ୍ ଆବେଦନ କରିପାରିବେ ।

police2ପଦବୀ ନାମ ଏବଂ ପଦ ସଂଖ୍ୟା:

ଆସିଷ୍ଟାଣ୍ଟ ଇସ୍ପେକ୍ଟର(ଏକ୍ସାଇଜ୍): ୪୪ ପଦ

ଏକ୍ସାଇଜ୍ କନେଷ୍ଟବଳ: ୧୫୯ ପଦ

ବୟସ ସୀମା:

ଏହି ପଦବୀରେ ନିଯୁକ୍ତି ପାଇଁ ଆବେଦନକାରୀଙ୍କ ନ୍ୟୁନତମ ବୟସ ସୀମା ୧୮ ବର୍ଷ ଏବଂ ଅଧିକତମ ବୟସ ସୀମା ୩୮ ବର୍ଷ ପଦ ଅନୁଯାୟୀ ନିର୍ଦ୍ଦାରିତ କରାଯାଇଛି ।

police3ମହତ୍ତ୍ୱ ପୂର୍ଣ୍ଣ ତାରିଖ:

ଆବେଦନ ପତ୍ର ଜମା କରିବାର ପ୍ରାରମ୍ଭିକ ତାରିଖ: ୧୬ ଜୁନ୍ ୨୦୨୦

ଆବେଦନ ପତ୍ର ଜମା କରିବାର ଶେଷ ତାରିଖ: ୨୫ ଜୁଲାଇ ୨୦୨୦

ଶିକ୍ଷାଗତ ଯୋଗ୍ୟତା:

ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ୧୦ମ ତଥା ଦ୍ୱାଦଶ ପାସ୍ କରିଥିବା ଅନିବାର୍ଯ୍ୟ । ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ପଦବୀ ଅନୁଯାୟୀ ଭିନ୍ନ ଭିନ୍ନ ସ୍ଥିର କରାଯାଇଛି ।

police1ଆବେଦନ ପ୍ରକ୍ରିୟା:

ଇଛୁକ ଆବେଦନକାରୀ ଅଫିସିଆଲ ୱେବସାଇଟ୍ – ମାଧ୍ୟମରେ ଆସନ୍ତା ୨୫ ଜୁଲାଇ ୨୦୨୦ ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ କରିପାରିବେ । ଆବେଦନ ସମୟରେ ଯେପରି କୌଣସି ତ୍ରୁଟି ନରହେ ସେଥିପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ । ଏଥିସହ ଆବେଦନ ପରେ ଆବେଦନ ପତ୍ରର ଏକ ପ୍ରିଣ୍ଟ ଆଉଟ୍ ବାହାର କରି ନିଜ ପାଖରେ ସୁରକ୍ଷିତ ଭାବେ ରଖନ୍ତୁ ।

ଚୟନ ପ୍ରକ୍ରିୟା:

ଆବେଦନକାରୀଙ୍କୁ ଲିଖିତ ପରୀକ୍ଷା ଏବଂ ଶାରୀରିକ ଦକ୍ଷତା ପରୀକ୍ଷା ଆଧାରରେ ଚୟନ କରାଯିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular