spot_img

ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି ମାୟାବତୀ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଆଗକୁ ଦେଢ ବର୍ଷ ବାକି ଥିଲେ ମଧ୍ୟ ବିଭିନ୍ନ ରାଜନୈତିକ ଦଳ ନିଜକୁ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ତାହା ସହିତ ବହୁଜନ ସମାଜ ପାର୍ଟିର ସୁପ୍ରିମୋ ମାୟାବତୀ ବିଧାନସଭା ନିର୍ବାଚନକୁ ଦେଖି ମିଶନ ୨୦୨୦ ର ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ମାୟାବତୀ ମଣ୍ଡଳ ମୁଖ୍ୟ ସେକ୍ଟର ପ୍ରଭାରୀଙ୍କ ଉପରେ ଦାୟିତ୍ୱ ଦେବା ସହିତ ନୂଆ ଟିମ ଗଠନ କରିଛନ୍ତି । ଏହା ସହିତ ଶାମସୁଦ୍ଦିନ ରାଇନିଙ୍କୁ ଉତ୍ତର ପ୍ରଦେଶର ପ୍ରମୁଖ ମଣ୍ଡଳର ଦାୟିତ୍ୱ ଦେବା ସହିତ ଉତ୍ତରାଖଣ୍ଡର ଦାୟିତ୍ୱ ମଧ୍ୟ ଦେଇଛନ୍ତି ମାୟାବତୀ । ବହୁଜନ ସମାଜ ପାର୍ଟିର ପ୍ରଦେଶ ଅଧ୍ୟକ୍ଷ ମୁନକାଦ ଅଲ୍ଲୀଙ୍କୁ ପଶ୍ଚିମ ୟୁପିରୁ ହଟାଇ ଦେଇ ପୂର୍ବ ୟୁପିର ଦାୟିତ୍ତ୍ୱ ଦିଆଯାଇଛି । ନସିମୁଦ୍ଦିନ ସିଦ୍ଦିକୀଙ୍କୁ ବହୁଜନ ସମାଜ ପାର୍ଟିରୁ ବାହାରିଯିବା ପରେ ମଧ୍ୟ ପାର୍ଟି ଭିତରେ ଶମସୁଦ୍ଦିନ ରାଇନୀକୁ ରାଜନୈତିକ ସ୍ଥିତି ବଢିବାରେ ଲାଗିଛି । ମାୟାବତୀ ରାଇନୀକୁ ସୁବେର ପାଞ୍ଚଟି ମଣ୍ଡଳର ମୁଖ୍ୟ ସେକ୍ଟର ପ୍ରଭାରୀ କରିବା ସହିତ ଉତ୍ତରାଖଣ୍ଡର କୋଡ଼ିନେଟରର ଦାୟିତ୍ତ୍ୱ ମଧ୍ୟ ଦିଆଯାଇଛି । ଏହା ସହିତ ଉତ୍ତରାଖଣ୍ଡର ସଂପୂର୍ଣ୍ଣ ଦାୟିତ୍ତ୍ୱ ମଧ୍ୟ ତୁଲାଇବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular