ଭୁବନେଶ୍ୱର (ଚନ୍ଦନ ପଣ୍ଡା) :ଆରକ୍ଷଣ ବା ସଂରକ୍ଷଣ ଏହି ଶବ୍ଦ ସହ ସମସ୍ତେ ପରିଚିତ | ଏହି ଶବ୍ଦଟି ଶୁଣିଲେ କେତକ ଖୁସି ହେଉଥିବା ବେଳେ ଆଉ କେତେକ ମନ ଉଣା କରନ୍ତି |ଦକ୍ଷତା ଓ ମେଧା ଆଧାରରେ ସବୁ କିଛି ଚୟନ ହେଉ ବୋଲି ଅନେକ ଯୁକ୍ତି ରଖୁଥିବା ବେଳେ | ଆଉ କିଛି କହନ୍ତି ଆର୍ଥିକ ଅନଗ୍ରସର ଓ ଅନାଟନ ଭିତରେ ଥିବାରୁ ସାମାଜରେ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଏହା ନିତାନ୍ତ ଆବଶ୍ୟକ | ତେବେ ଏହାର ଆବଶ୍ୟକତା ଆଜିର ସମୟରେ କେତେ ତାହା ବିତର୍କ କଲେ ମଧ୍ୟ ରାତି ପାହିଯିବ ସିଦ୍ଧାନ୍ତ ରେ ପହଞ୍ଚି ପାରିବା କି ନାହିଁ ସନ୍ଦେହ | ଓଡିଶା ରାଜନୀତିରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ସଂରକ୍ଷଣ ର ଆବଶ୍ୟକତା କୁ ମନେକରି ଓଡ଼ିଶାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟନାୟକ ୧୯୯୧ ରେ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ପଦରେ ଅସୀନ ହେବା ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ପରିକଳ୍ପନା କଲେ | ଏବଂ ବିଧାନସଭାରେ ପାରିତ ହେଲା ତିନୋଟି ପଞ୍ଚାୟତ ରାଜ ବିଲ୍, ଯଥା ଓଡ଼ିଶା ଜିଲା ପରିଷଦ ବିଲ୍ ୧୯୯୧, ଓଡ଼ିଶା ପଞ୍ଚାୟତ ସମିତି |(ସଂଶୋଧନ ବିଲ୍)୧୯୯୧ ,ଏବଂ ଓଡ଼ିଶା ଗ୍ରାମ ପଞ୍ଚାୟତ ବିଲ୍ ୧୯୯୧ ଯାହା ମାର୍ଚ୍ଚ ୧୯୯୧ ରେ ହୋଇଥିଲା | ବିଜୁ ବାବୁ ଚିନ୍ତା କରିଥିଲେ ରାଜନୀତିକୁ ସୁଦୃଢ କରିବାକୁ ହେଲେ ମହିଳା ମାନଙ୍କର ସମ୍ପୃକ୍ତି ଆବଶ୍ୟକ ଓ ମହିଳାମାନେ ରାଜନୈତିକ ନିଷ୍ପତି ଗ୍ରହଣ ପ୍ରକ୍ରିୟାରେ ଅଂଶୀଦାର ହୁଅନ୍ତୁ | ଯାହା ଫଳରେ ଅନୁସୂଚିତ ଜାତି ଓ ଅନୁସୂଚିତ ଉପଜାତିର ମହିଳାଙ୍କର ଅନ୍ତର୍ଭୂକ୍ତ ସହ ସାଧାରଣ ବର୍ଗର ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପ୍ରସଙ୍ଗକୁ ମଧ୍ୟ ସ୍ଥାନ ଦିଆ ଯାଇଥିଲା | ପୂବ ତାଲିକା ସଂଶୋଧନ ହୋଇ ୨୦୦୯ରେ ଓଡିଶା ସମେତ ଅନେକ ରାଜ୍ୟ ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ, ଗୁଜୁରାଟ, ହିମାଚଳ ପ୍ରଦେଶ, ଝାଡଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତ୍ରିପୁରା ଏବଂ ତେଲେଙ୍ଗାନାରେ ମହିଳାଙ୍କ ପଞ୍ଚାୟତ ବ୍ୟବସ୍ଥା ରେ ୫୦ ପ୍ରତିଶତ ସଂରକ୍ଷଣ କରିଛନ୍ତି । ସାମ୍ପ୍ରତିକ ସମୟରେ ଆପଣମାନେ ଦେଖିପାରୁଥିବେ ଯେଉଁଠାରେ ମହିଳା ପ୍ରତିନିଧିତ୍ୱ କରୁଛନ୍ତି ଅର୍ଥାତ ସରପଞ୍ଚ ,ସମିତି ସଭ୍ୟ ,ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ , ବିଧାୟିକା ,ସାଂସଦ ଅଛନ୍ତି ବିବାହିତା ହୋଇଥିଲେ ତାଙ୍କର ସ୍ୱାମୀ ମାନେ କିମ୍ବା ଅବିବାହିତା ହୋଇଥିଲେ ତାଙ୍କ ଘର ଭାଇ ଓ ପୁରୁଷ ମାନେ ସମସ୍ତ ଦାଇତ୍ୱ ନେଉଛନ୍ତି | ମହିଳା ପ୍ରତିନିଧିଟି କେବଳ ରବର ଷ୍ଟାମ୍ପ ହୋଇ ଘରେ ରହୁଛି ,ଦସ୍ତଖତ ପଡିଲେ ଆଗକୁ ଆସୁଛି ଅବଶ୍ୟ ସମସ୍ତେ ନୁହଁନ୍ତି | ଏଠାରେ ପ୍ରଶ୍ନ ଉଠେ ମହିଳା ସଶକ୍ତିକରଣ ଓ ସଂରକ୍ଷଣ ର ମାନେ କଣ ମହିଳା ବିଜୟୀ ହେଲା ପରେ ତାଙ୍କର ପୁରୁଷ ସାଥି ସବୁ କିଛି ? ବାସ୍ତବରେ ମହିଳା ଟି ପାଇଁ ଏବେ ଆମ ବ୍ୟବସ୍ଥାରେ ଯେତିକି ସୁବିଧା ଓ ସୁଯୋଗ ରହିଛି ସେତିକି ଉପଯୋଗ ହୋଇ ପାରୁଛି ତ ? ଓଡ଼ିଶାର ଶାସନ ଭାର ସମ୍ଭାଳି ଥିବା ଦୁଇ ଦଶନ୍ଧିର ସଫଳ ନାୟକ ନବୀନ ବାବୁ ଗତ ସାଧାରଣ ନିର୍ବାଚନ ପୂର୍ବରୁ ମହିଳା ମାନଙ୍କ ପାଇଁ ୩୩ % ସଂରକ୍ଷଣ ର ଆବଶ୍ୟକତା ଦର୍ଶାଇ ନିଜର ସାଂସଦ ମାନଙ୍କୁ ରାଜ୍ୟସଭା ଓ ଲୋକସଭାରେ ଏ ସମ୍ପର୍କରେ ସ୍ୱର ଶାଣିତ କରିବାକୁ ନିର୍ଦ୍ଦେଶ ଦେବା ବାସ୍ତବରେ ମହିଳା ମାନଙ୍କୁ ଉଚିତ ନ୍ୟiୟ ଦେବା ନା ଏହା ପଛରେ ରାଜନୈତିକ ଅଭିସନ୍ଧି ଲୁଚି ରହିଛି ?
ଆମେ ଏଠାରେ କହି ରଖିବାକୁ ଚାହୁଁ ୨୦୦୦ ମସିହାରୁ ୨୦୧୯ ଭିତରେ ନବୀନ ବାବୁ ଏ ମହିଳା ପ୍ରସଙ୍ଗ ଆଦୌ ଉଠାଇ ନଥିଲେ | କିନ୍ତୁ ୧୯ ନିର୍ବାଚନ ପୂର୍ବରୁ ଏ ପ୍ରସଙ୍ଗ କୁ ଏକ ମୁଦ୍ଦା କରି ରଖିଛନ୍ତି ନବୀନ ବାବୁ | ଗତ ନିର୍ବାଚନରେ ବିଜେଡି ଲୋକସଭାରେ ୩୩ ପ୍ରାର୍ଥୀ ଦେଇଥିବା ବେଳେ ଵିଧାନସଭାରେ କିନ୍ତୁ ଦେଇନଥିଲେ | ଏବଂ ଗତକାଲି ରାଜ୍ୟସଭାରେ ସାଂସଦ ଶ୍ରୀ ସସ୍ମିତ ପାତ୍ର ରାଜନୈତିକ କ୍ଷେତ୍ରରେ ସଶକ୍ତୀକରଣ ଓ ଶକ୍ତିଶାଳୀ ପାଇଁ ମହିଳା ସଂରକ୍ଷଣ କଥା ଉଠାଇ ଗତ ଲୋକସଭା ନିର୍ବାଚନର ଉଦାହରଣ ଦେଇ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ନିର୍ବାଚନରେ ଲୋକସଭାରେ ଏକତୃତୀୟାଂଶ ଆସନରେ ମହିଳାଙ୍କୁ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ସୁଯେଗ ଦେଇଥିଲେ। ତେଣୁ ମହିଳା ସଂରକ୍ଷଣ ବିଲ୍କୁ ତୁରନ୍ତ ପାସ୍ କରାଯିବାର ଆବଶ୍ୟକତା ରହିଛି | ମହିଳାମାନେ ଶକ୍ତିଶାଳୀ ଓ ସ୍ୱାବଲମ୍ବୀ ହୁଅନ୍ତୁ ସେମାନଙ୍କୁ ସବୁ ଦୃଷ୍ଟିକୋଣରୁ ମଜବୁତ କରାଯାଉ | କିନ୍ତୁ ଜାତୀୟ ଦଳ ଭାଜପା ଓ କଂଗ୍ରେସ ସହ ଅନ୍ୟ ରାଜ୍ୟରେ ଥିବା ଆଞ୍ଚଳିକ ଦଳମାନେ ମହିଳା ମାନଙ୍କୁ ବିଭିନ୍ନ ଉଚ୍ଚ ପଦ , ପଦବୀ ରେ ଅସୀନ କରିଛନ୍ତି | ଯଥା ଓଡ଼ିଶାରେ କଂଗ୍ରେସ ରୁ ନନ୍ଦିନୀ ଶତପଥି , ଉତ୍ତର ପ୍ରଦେଶ ରେ କଂଗ୍ରେସ ରୁ ସୁଚେତା କ୍ରିପାଲନି , ଆସାମ ରେ କଂଗ୍ରେସ ରୁ ଅନୱାରା ତାଇମୁର , ପଞ୍ଜାବ ରେ କଂଗ୍ରେସ ରୁ ରାଜିନ୍ଦର କଉର ଭଟ୍ଟଲ ,ଦିଲ୍ଲୀ ରେ କଂଗ୍ରେସ ରୁ ଶୀଲା ଦୀକ୍ଷିତ , ମଧ୍ୟପ୍ରଦେଶ ରେ ବିଜେପି ରୁ ଉମା ଭାରତୀ , ଦିଲ୍ଲୀ ରେ ବିଜେପିରୁ ସୁଷମା ସ୍ୱରାଜ ,ରାଜସ୍ତାନ ରେ ବିଜେପି ରୁ ବସୁନ୍ଧରା ରାଜେ ,ଗୁଜରାଟ ରେ ବିଜେପିରୁ ଆନନ୍ଦିବେନ ପଟେଲ , ସେହିଭଳି ଆଞ୍ଚଳିକ ଦଳ ହିସାବରେ ଗୋଆ ରେ ମହାରାଷ୍ଟ୍ରବାଦୀ ଗୋମଣ୍ଟକ ପାର୍ଟିରୁ ଶଶିକଳା କାକୋଡକର , ତାମିଲନାଡୁ ରେ ଅଲ ଇଣ୍ଡିଆ ଆନ୍ନା ଦ୍ରାବିଡ଼ ମୁନେତ୍ର କାଜଗମ (ଏ .ଆଇ .ଡି .ଏମ .କେ ) ରୁ ଭାଇ କମ ନାରାୟଣୀ ଜାନକୀ ରାମଚନ୍ଦ୍ରନ ,ଉତ୍ତରପ୍ରଦେଶ ରେ ବହୁଜନ ସମାଜ ପାର୍ଟିରୁ ସୁଶ୍ରୀ ମାୟାବତୀ (ବେହେନ ଜୀ) ,ତାମିଲନାଡୁ ରେ ଅଲ ଇଣ୍ଡିଆ ଆନ୍ନା ଦ୍ରାବିଡ଼ ମୁନେତ୍ର କାଜଗମ (ଏ .ଆଇ .ଡି .ଏମ .କେ ) ରୁ ଜୟରାମ ଜୟଲଳିତା (ଆମ୍ମା) ,ବିହାର ରେ ରାଷ୍ଟ୍ରୀୟ ଜନତା ଦଳ ରୁ ରାବେରୀ ଦେବୀ ,ପଶ୍ଚିମ ବଙ୍ଗରୁ ତୃଣମୂଳ କଂଗ୍ରେସ ରୁ ମମତା ବାନାର୍ଜୀ (ଦିଦି) ଏବଂ ଜାମ୍ମୁ କାଶ୍ମୀର ରେ ଜନ ଗଣତନ୍ତ୍ର ପାର୍ଟି ରୁ ମେହେବୁବା ମୁଫଟି ଆଦି ମୁଖ୍ୟମନ୍ତ୍ରୀ ହୋଇଛନ୍ତି | ସେଇଭଳି ଉଭୟେ କଂଗ୍ରେସ ଓ ବିଜେପି ରୁ ଲୋକସଭାରେ ମହିଳା ପ୍ରାର୍ଥୀ ବାଚସ୍ପତି ଭାବେ କଂଗ୍ରେସ ରୁ ମୀରା କୁମାରୀ ଓ ବିଜେପିରୁ ସୁମିତ୍ରା ମହାଜନ ଅସୀନ ହୋଇଛନ୍ତି | ଏବଂ ପ୍ରତିଭା ପାଟିଲ ଙ୍କୁ କଂଗ୍ରେସ ଦେଶର ସର୍ବୋଚ୍ଚ ସ୍ଥାନ ରାଷ୍ଟ୍ରିପତି ପଦରେ ମଧ୍ୟ ଅସୀନ କରାଇଛି |ତେବେ ୩୩ ପ୍ରତିଶତ ସଂରକ୍ଷଣ ଦାବି କରୁଥିବା ବି.ଜ.ଦ ଏହାକୁ ଅନୁଶୀଳନ କରିବା କି ? ଭାଜପା ,କଂଗ୍ରେସ ଓ ଅନ୍ୟ ଆଞ୍ଚଳିକ ଦଳ ଭଳି କହିବା ଆଗରୁ କରିବା ନ୍ୟiୟରେ ବିଜୁ ଜନତା ଦଳ ଆଗ ଜଣେ ମହିଳାକୁ ଗୁରୁ ଦାୟିତ୍ୱ ଦେବାର ସାହସ କରି ପାରିବ କି ? ସଭାପତି ଓ ମୁଖ୍ୟାମନ୍ତ୍ରୀ ପଦ ଜଣେ ମହିଳାଙ୍କୁ ଅର୍ପଣ କରି ସବୁ ପ୍ରସଙ୍ଗ ଭଳି କଥା ନୁହେଁ କାମରେ ବିଶ୍ୱାସ କରିବାର ଉଦାହରଣ ଦେଖାଇ ପାରିବ କି ବିଜୁ ଜନତା ଦଳ ? ନା କେବଳ ମହିଳା ଭୋଟ ହାତେଇ ବାକୁ ଏତେ ସବୁ ଫନ୍ଦୀ ଫିକର ଚାଲିଛି ? ଜନତା ଦଳ ର ମହିଳା କାର୍ଡ ନୁହେଁ ତ ? ତେବେ ଶେଷରେ ଏତିକି କହିବୁ ମହିଳା ଓ ମା ମାନଙ୍କର ଉର୍ନତି ରେ ଦେଶର ପ୍ରଗତି | ମହିଳା ମାନେ ଆଗକୁ ଯାଆନ୍ତୁ ସଫଳ ହୁଅନ୍ତୁ | ଆରକ୍ଷଣ ପ୍ରସଙ୍ଗରେ କାହାର ଦରଦ କେତେ ସେ କଥା ଆମର ଶୁଦ୍ଧି ପଠନ ପ୍ରିୟ ପାଠକ ବନ୍ଧୁ ମାନଙ୍କ ଉପରେ ଛାଡିଲୁ ..



Visitors Today : 0
Total Visitors : 130166
Total Views : 9891611
Visitors Online Now : 0