ନିଷାଦ ଦଳର ରାଷ୍ଟ୍ରୀୟ ଅଧକ୍ଷ ଡକ୍ଟର ସଞ୍ଜୟ ନିଷାଦ ଅଖିଲେଶ ଯାଦବଙ୍କୁ ଟାର୍ଗେଟ କରିଛନ୍ତି | ଉତ୍ତରପ୍ରଦେଶରେ ଆଗକୁ ଆସୁଛି ବିଧାନସଭା ନିର୍ବାଚନ | ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳ ନିଜକୁ ପ୍ରସ୍ତୁତ କରିଲେଣି | ତେବେ ଏହାରି ଭିତରେ ରୁଦ୍ରପୁରରେ ନିଜ ମେଣ୍ଟ ଦଳକୁ ଶକ୍ତିଶାଳୀ କରିବା ପାଇଁ ପହଂଚି ଯାଇଛନ୍ତି ଡକ୍ଟର ସଞ୍ଜୟ ନିଷାଦ | ତାଙ୍କ ଦଳ ଏବେ ବିଜେପି ସହ ମେଣ୍ଟ କରି ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି | ତେବେ ସେ ଅଖିଲେଶ ଯାଦବଙ୍କୁ କଡା ନିନ୍ଦା କରିଛନ୍ତି | ସେ କହିଛନ୍ତି ଯେ ଯିଏ ପରିବାର ସମ୍ଭାଳି ପାରିଲା ନାହିଁ , ଯିଏ ସମାଜକୁ ସମ୍ଭାଳି ପାରିଲା ନାହିଁ ସେ ୟୁପିକୁ କେମିତି ସମ୍ଭାଳିବ ? ସେ କ୍ଷମତାରେ ଥିଲା ବେଳେ ମଧ୍ୟ ସମାଜ ପାଇଁ କିଛି କରିପାରିଲେ ନାହିଁ |



Visitors Today : 0
Total Visitors : 130166
Total Views : 9891611
Visitors Online Now : 0