ତ୍ୱଚା ବହୁତ କୋମଳ ହୋଇଥାଏ ଯେଉଁକାରଣରୁ ତ୍ୱଚାର ଯତ୍ନ ନେବା ଅଧିକ ଜରୁରୀ ହୋଇଥାଏ । କିନ୍ତୁ ଟିକିଏ ଅସାବଧାନତା ହେବା ଦ୍ୱାରା ମୁହଁରେ ବ୍ରଣ,କଳାଦାଗ ଦେଖାଯାଇଥାଏ । ଏହି ସମୟରେ ବଜାର ରେ ମିଳୁଥିବା ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ ବ୍ୟବହାର ନକରି ଘରେ ତିଆରି ଫେସ୍ ମାସ୍କ ବ୍ୟବହାର କରିବାଦ୍ୱରା ଅଧିକ ଫଳପ୍ରଦ ହୋଇଥାଏ । ରାତିରେ ଶୋଇବା ପୂର୍ବରୁ ତ୍ୱଚାର ଯତ୍ନ ନେବା ଦ୍ୱାରା ମୁହଁରେ ଦେଖାଯାଉଥିବା ସମସ୍ୟାରୁ ମୁକ୍ତି ମିଳିଥାଏ । ଘରୋଇ ଫେସ ମାସ୍କରେ ଅଧିକ ପୋଷକ ତତ୍ତ୍ୱ ଥାଏ ଯାହା ତ୍ୱଚାକୁ ପୋଷଣ ପ୍ରଦାନ କରିବାସହ ତ୍ୱଚା ଜନିତ ସମସ୍ୟା ଦୂରକରିଥାଏ । ଆସନ୍ତୁ ଜାଣିବା ଘରେ କିପରି ପ୍ରସ୍ତୁତ କରିବେ ଫେସ ମାସ୍କ।
ମିଲ୍କ କ୍ରିମ ଏବଂ ଗୋଲାପ ଜଳ:
ଗୋଟେ ଚାମଚ ମିଲ୍କ କ୍ରିମରେ ଅଧା ଚାମଚ ଗୋଲାପ ଜଳ ପକାଇ ଏକ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ପରେ ଏହି ପ୍ୟାକକୁ ମୁହଁ ଏବଂ ବେକରେ ଲଗାଇ ୨୦ ରୁ ୨୫ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ । ପରେ ଏହାକୁ ଉଷୁମ ପାଣିରେ ଧୋଇ ମଶ୍ଚରାଇଜର ଲଗାନ୍ତୁ । ଆପଣ ଏହି ଫେସ ପ୍ୟାକକୁ ସପ୍ତାହରେ ୨ରୁ୩ଥର ବ୍ୟବହାର କରିପାରିବେ । 
ମହୁ,ଲେମ୍ବୁ ରସ ଏବଂ ଅଲିଭ ଅଏଲ
ଗୋଟେ ଚାମଚ ମହୁ , ଗୋଟେ ଚାମଚ ଅଲିଭ୍ ଅଏଲ ଏବଂ ଗୋଟେ ଲେମ୍ବୁର ରସକୁ ମିଶାଇ ତ୍ୱଚାରେ ଲଗାନ୍ତୁ । ୨୦ ମିନିଟ୍ ପରେ ଧୋଇ ସେଥିରେ ଆଣ୍ଟିଏଜିଙ୍ଗ ଲୋସନ ଲଗାନ୍ତୁ । ଏହାକୁ ଲଗାଇବା ଦ୍ୱାରା ତ୍ୱଚା ସୁନ୍ଦର ଦେଖାଯିବା ସହ ଅନ୍ୟ ସମସ୍ୟା ଦୂର ହୋଇଥାଏ ।
ଦହି ଏବଂ ମହୁ
ଗୋଟେ ଚାମଚ ମହୁରେ ଗୋଟେ ଚାମଚ ଦହିକୁ ଭଲଭାବେ ମିଶାନ୍ତୁ । ଏହି ମିଶ୍ରଣକୁ ଶୋଇବା ପୂର୍ବରୁ ମୁହଁରେ ଲଗାନ୍ତୁ । ଦହିରେ ଲାକ୍ଟିକ ଏସିଡ୍ ଥାଏ ଯାହା ତ୍ୱଚାର କଳାଦାଗ ,ବ୍ରଣ କୁ କମ କରିବାରେ ସାହାଯ୍ୟ କରିଥାଏ । ଏହି ଫେସ୍ ପ୍ୟାକକୁ ୨ଦିନରେ ଥରେ ବ୍ୟବହାର କରିପାରିବେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0