ମୁମ୍ବାଇ : ଫିଲ୍ମ ‘ଧୁମ୍’ର ଆଗାମୀ ପାର୍ଟକୁ ନେଇ ବହୁ ଦିନ ହେଲା ଚର୍ଚ୍ଚା ହେଉଛି। ଦର୍ଶକ ମଧ୍ୟ ଧୁମ୍-୪ ଅପେକ୍ଷାରେ ରହିଛନ୍ତି। ଆକ୍ସନରେ ଭରପୁର ଧୁମର ସବୁ ସିରିଜକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି। ଧୁମ୍-୩ ରେ ଅମୀର ଖାଁ ଜବରଦସ୍ତ ଆକ୍ସନରେ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ଧୁମର ପ୍ରଥମ ସିରିଜରେ ଜନ ଆବ୍ରାହମ ଓ ଧୁମ-୨ ରେ ଋତିକ ରୋଶନ ନଜର ଆସିଥିଲେ। ୩ ଜଣ ଷ୍ଟାର୍ ୩ଟି ସିରିଜରେ ଦର୍ଶକଙ୍କର ଖୁବ ମନୋରଞ୍ଜନ କରିଛନ୍ତି। ବର୍ତ୍ତମାନ ପରଦାକୁ ଆସିବ ଧୁମ୍-୪। ଧୁମ୍-୪ରେ ଉଭୟ ଋତିକ ରୋଶନ ଓ ଜନ ଆବ୍ରାହମ ଏକାସଙ୍ଗେ ନଜର ଆସିବେ ବୋଲି ଶୁଣିବାକୁ ମିଳିଛି।
ଫିଲ୍ମରେ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିବ ବୋଲି ଦର୍ଶକଙ୍କ ଆଶା। ଫିଲ୍ମରେ ଦୀପିକା ପାଦୁକୋନଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଫିଲ୍ମରେ ଦୀପିକା ପାଦୁକୋନ୍ ଲେଡି ଭିଲେନ୍ ଅବତାରରେ ନଜର ଆସିବେ। ପ୍ରଶଂସକ ମଧ୍ୟ ଦୀପିକାଙ୍କୁ ନେଗେଟିଭ ଚରିତ୍ରରେ ଦେଖିବାକୁ ଉତ୍ସାହିତ ଅଛନ୍ତି। ଏହା ପୂର୍ବରୁ ଦୀପିକା ଅକ୍ଷୟ କୁମାରଙ୍କ ଫିଲ୍ମ ‘ଚାନ୍ଦନୀ ଚୌକ ଟୁ ଚାଇନା’ରେ ନେଗେଟିଭ ଚରିତ୍ରରେ ନଜର ଆସିଥିଲେ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0