ମୁମ୍ବାଇ: କରୋନା ନିୟମ ଭଙ୍ଗ କରି ଫସିଲେ ସଲମାନ ଖାନଙ୍କ ଭାଇ ସୋହେଲ ଖାନ ଓ ଅରବାଜ ଖାନ। ସୋହେଲ, ତାଙ୍କ ପୁଅ ନିର୍ବାଣ ଓ ଅରବାଜଙ୍କ ବିରୋଧରେ ଥାନାରେ ଏନେଇ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଦୁଇ ଭାଇ ଡିସେମ୍ବର ୨୫ରେ ଦୁବାଇରୁ ଫେରି କ୍ବାରେଣ୍ଟାଇନ୍ରେ ନରହି ଘରକୁ ଫେରିଥିଲେ। ହୋଟେଲରେ କ୍ବାରେଣ୍ଟାଇନ୍ରେ ରହିବାକୁ କୁହଯାଇଥିଲେ ବି ସେମାନେ ଘରକୁ ଫେରିଥିଲେ। ଘରକୁ ଫେରିବା ପରେ କ୍ବାରେଣ୍ଟାଇନ୍ ନିୟମ ଉଲ୍ଲଂଘନ କରିବାରୁ ବିଏମସି ସେମାନଙ୍କ ଉପରେ ଆକ୍ସନ ନେଇଥିବା ଜଣାପଡ଼ିଛି।
ଖାର ଥାନରେ ଏକ ମାମଲା ସେମାନଙ୍କ ବିରୋଧରେ ରୁଜୁ ହୋଇଛି। ଜଣେ ବିଏମସି ମେଡିକାଲ ଅଧିକାରୀଙ୍କ ଅଭିଯୋଗ କ୍ରମେ ୩ ଜଣ ବିଦେଶରୁ ଫେରିବା ପରେ କ୍ବାରେଣ୍ଟାଇନ୍ରେ ରହିବା କଥା। କିନ୍ତୁ ସେମାନେ ଏହାକୁ ବେଖାତିର କରି ଘରକୁ ଯାଇଥିଲେ। ୩ ଜଣଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ତଦନ୍ତ ଚାଲିଛି ବୋଲି ଡିସିପି ଚୈତନ୍ୟ କହିଛନ୍ତି।
ଏବେର କରୋନା ନିୟମ ଅନୁସାରେ ବ୍ରିଟେନ, ଦୁବାଇ ତଥା ୟୁରୋପରୁ ଫେରୁଥିବା ଲୋକେ ୭ ଦିନିଆ କ୍ବାରେଣ୍ଟାଇନ୍ରେ ରହିବା ବାଧ୍ୟତାମୂଳକ । ବ୍ରିଟେନରେ ନୂଆ କରୋନା ରୂପ ମିଳିବା ପରେ ରାଜ୍ୟ ସରକାର ଏଭଳି ନିୟମ ଆପଣାଇଛନ୍ତି। କିନ୍ତୁ ଷ୍ଟାର ବ୍ରଦର୍ସ ଏହାକୁ ବେଖାତିର କରିଥିବାରୁ ଅଡ଼ୁଆରେ ପଡ଼ିଥିବା ଜଣାପଡ଼ିଛି ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0