spot_img

ବାଲିପାଟଣାରୁ ବିପୁଳ ପରିମାଣର ଗୋମାଂସ ଜବତ

ବାଲିପାଟଣା: ବାଲିପାଟଣାରୁ ବିପୁଳ ପରିମାଣର ଗୋମାଂସ ଜବତ । ସାହେବ ନଗର ବସ୍ତି ରେ ଗୋମାଂସ କୁ ଜବତ କଲା ବାଲିପାଟଣା ପୋଲିସ୍ । ସାହେବ ନଗର ଗ୍ରାମରେ ଗୋମାଂସ ଚାଲାଣ ହେଉଥିବା ନେଇ ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲା । ମଙ୍ଗଳବାର ଗୋମାଂସ ଚାଲାଣ ହେଉଥିବା ବେଳେ ବଜରଙ୍ଗ ଦଳର କର୍ମୀ ଏବଂ ସ୍ଥାନୀୟ ଲୋକେ ବିରୋଧ କରିଥିଲେ । ଖବର ପାଇଁ ବାଲିପାଟଣା ପୋଲିସ୍ ଘଟଣା ସ୍ଥଳରେ ପହଁଞ୍ଚିଥିଲା । ୬ଟି ଗୋରୁ ର ମାଂସ ଚାଲାଣ କରୁଥିବା ସାହେବ ନଗର ବସ୍ତିର ଫିରୋଜ ଖାନ୍ ଓରଫ ଜାପାନୀ ମାନି ଥିଲା । ଫିରୋଜ ଖାନ୍ ଘରୁ ପ୍ରାୟ ୩୦ ରୁ ଉର୍ଦ୍ଧ ପେଟି ଗୋ ମାଂସ ଜବତ ହୋଇଛି । ଯାହା ର ଓଜନ ପାଖାପାଖି ୩୦କୁଇଣ୍ଟାଲ୍ ହେବ । ପରେ ଏକ ଗାଡ ଖୋଳାଯାଇ ଗୋମାଂସ ପୋତାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular