ନୂଆଦିଲ୍ଲୀ: ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ(ଏମ୍ସ)ର ନୈତିକ କମିଟି ଶନିବାର କରୋନା ଭୂତାଣୁ ପାଇଁ ସ୍ୱଦେଶୀ ଟିକା କୋଭାକ୍ସିନର ମାନବ ପରୀକ୍ଷଣକୁ ଅନୁମତି ଦେଇଛି। ଏମ୍ସରେ କମ୍ୟୁନିଟି ମେଡିସିନ୍ ସେଣ୍ଟରର ପ୍ରଫେସର ସଞ୍ଜୟ ରାୟ କହିଛନ୍ତି ଯେ, ଡାକ୍ତରଖାନା ସୋମବାରଠାରୁ ଏହି ପରୀକ୍ଷା ପାଇଁ ସୁସ୍ଥ ଲୋକଙ୍କୁ ପଞ୍ଜୀକରଣ କରିବା ଆରମ୍ଭ କରିବ। କୋଭାକ୍ସିନର ମାନବ ପରୀକ୍ଷଣ ପାଇଁ ନୈତିକ କମିଟି ତରଫରୁ ଅନୁମତି ମିଳିବା ପରେ ସୋମବାର ଠାରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ | ଯେଉଁମାନେ ଏ ପର୍ୟ୍ୟନ୍ତ କରୋନା ଆକ୍ରାନ୍ତ ହୋଇନାହାନ୍ତି ସେମାନଙ୍କୁ ନେଇ ପରୀକ୍ଷା କରାଯିବ | ଏହି ଅନୁସନ୍ଧାନରେ ୧୮ରୁ ୫୫ ବର୍ଷ ବୟସ୍କ ବ୍ୟକ୍ତି ପଞ୍ଜିକୃତ ହେବେ। ଏମ୍ସର ନୈତିକ କମିଟି କିଛି ଦିନ ପୂର୍ବରୁ ଏହି ପରୀକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଥିଲେ ମଧ୍ୟ ଶନିବାର ମାନବ ପରୀକ୍ଷଣକୁ ଅନୁମତି ମିଳିଛି | ପ୍ରଫେସର ସଞ୍ଜୟ ରାୟଙ୍କ କହିବା ମୁତାବକ, ଯେ କୌଣସି ସୁସ୍ଥ ବ୍ୟକ୍ତି ଯିଏ ଏହି ପରୀକ୍ଷଣରେ ଭାଗ ନେବାକୁ ଚାହାଁନ୍ତି, ସେ ତାଙ୍କ ଆବେଦନକୁ ଇମେଲ ମାଧ୍ୟମରେ ପଠାଇ ପାରିବେ| ତାଙ୍କୁ ctaims.covid-19@gmail.comମେଲ୍ କରିବାକୁ ପଡିବ କିମ୍ବା ସେ ୭୪୩୮୮୪୭୪୯୯କୁ ମେସେଜ୍ କିମ୍ବା କଲ ମଧ୍ୟ କରିପାରିବେ |୧୨ଟି ସ୍ଥାନରେ ହେବାକୁ ଥିବା ଏହି ପରୀକ୍ଷଣର ପ୍ରଥମ ଏବଂ ଦ୍ୱିତୀୟ ପର୍ୟ୍ୟାୟରେ ୧୦୦ ଜଣ ଲୋକ ସାମିଲ ହେବେ| ପୂର୍ବରୁ ପରୀକ୍ଷା ପାଇଁ ଆଗ୍ରହୀ ଥିବା କିଛି ଲୋକଙ୍କୁ ପଞ୍ଜୀକୃତ କରିଛୁ । ସୋମବାରଠାରୁ ଆମ ଦଳ ଏହି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ସେମାନଙ୍କୁ ଏହି ଟିକା ଦିଆଯିବ|ପାଟନା ଏମ୍ସରେ କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ ହୋଇସାରିଥିବା କହିଛନ୍ତି ପ୍ରଫେସର ସଞ୍ଜୟ ରାୟ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0