spot_img

କଟକରେ ହେବ ନାହିଁ ଗଣେଶ ପୂଜା

କଟକ: କରୋନା ସଂକ୍ରମଣ ପାଇଁ କଟକ ସହରରେ ଚଳିତ ବର୍ଷ ହେବ ନାହିଁ ଗଣେଶ ପୂଜା । କଟକ ମହାନଗର ପୂଜା କମିଟ ସଂପାଦକ ପ୍ରଭାତ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି । ଆଜି କଟକ ମହାନଗର ଶାନ୍ତି କମିଟି ଓ କଟକ ମହାନଗର ପୂଜାକମିଟ ସହ କମିଶନରେଟ୍ ପୋଲିସର ବୈଠକ ବସିଥିଲା । ବୈଠକପରେ କଟକ ମହାନଗର ପୂଜା କମିଟି ସଂପାଦକ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କରୋନ ସଂକ୍ରମଣ ପାଇଁ କଟକ ସହରରେ ଏଥର ଗଣେଶ ପୂଜା ହେବ ନାହିଁ । ଯଦି କରୋନା ସ୍ଥିତି ଏଭଳି ଲାଗି ରହେ କଟକରେ ଦଶହରାରେ କେବଳ ମୂର୍ତ୍ତି ପୂଜା ହେବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular