କେନ୍ଦୁଝର: କେନ୍ଦୁଝରରେ ଶତାଧିକ ମହିଳାଙ୍କ ମଦ ମୁକ୍ତ ଆନେ୍ଦାଳନ । କେନ୍ଦୁଝର ଜିଲ୍ଲା ସଦର ବ୍ଲକ ନେଲୁଙ୍ଗ ପଞ୍ଚାୟତର ସମାଜସେବୀ ଚନ୍ଦ୍ରମଣି ସିଂଙ୍କ ନେତୃତ୍ୱରେ ଶତାଧିକ ମହିଳା ମଦ ମୁକ୍ତ ପଞ୍ଚାୟତ ଗଠନ ପାଇଁ ଶପଥ ନେଇଛନ୍ତି । ମହିଳା ମାନେ ବ୍ୟାନର ଫ୍ଲାକାର୍ଡ ଧରି ମଦ ବିରୋଧୀ ସ୍ଲୋଗାନ ଦେବା ସହ ପଞ୍ଚାୟତର ପ୍ରତି ଗ୍ରାମରେ ଶୋଭାଯାତ୍ରା କରିଥିଲେ । ପରେ ଏକ ସ୍ଥାନୀୟ ମଣ୍ଡପ ଠାରେ ବିରୋଧୀ ସମାବେଶ କରିଥିଲେ । ଆଗାମୀ ଦିନରେ ମଦ ଯୋଗୁଁ କୌଣସି ପରିବାରରେ ବିଶୃଙ୍ଖଳା ସୃଷ୍ଟି ଯେମିତି ନହେଉ ସେଥିପ୍ରତି ଯତ୍ନବାନ ହେବା ପାଇଁ ମହିଳା ମାନେ ସଙ୍କଳ୍ପ ନେଇଥିଲେ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0