spot_img

ପ୍ରାଥମିକ ବିଦ୍ୟାଳୟକୁ ଅନ୍ୟତ୍ର ମିଶ୍ରଣକୁ ନେଇ ଅସନ୍ତୋଷ

କେନ୍ଦୁଝର : ପ୍ରାଥମିକ ବିଦ୍ୟାଳୟକୁ ଅନ୍ୟତ୍ର ହେବାକୁ ଥିବା ମିଶ୍ରଣକୁ ବିରୋଧ କରି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ । କେନ୍ଦୁଝର ଜିଲ୍ଲା ସାହାରପହା ବ୍ଲକ ତାଳସରୁଆ ପ୍ରାଥମିକ ବିଦ୍ୟାଳୟକୁ ବାରତଣିଆଁ ବିଦ୍ୟାଳୟରେ ମିଶ୍ରଣକୁ ନେଇ ଛାତ୍ରଛାତୀ ଓ ଅଭିଭାବକଙ୍କ ମଧ୍ୟରେ ତିବ୍ର ବିରୋଧ ସୃଷ୍ଟି ହୋଇଛି । ଏହାକୁ ନେଇ ଜିଲ୍ଲାପାଳଙ୍କୁ ଫେରାଦ ହୋଇଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ । ମିଶ୍ରଣ ହେବାକୁ ଥିବା ବାରତଣିଆଁ ବିଦ୍ୟାଳୟ ତାଳସରୁଆରୁ ପାଖାପାଖି ୩ କିଲୋମିଟର ଏବଂ ରାସ୍ତା ପାର ହେବାକୁ ଥିବାରୁ ସ୍କୁଲ ଯିବାକୁ ପିଲାମାନେ ଅସୁବିଧାର ସମ୍ମୁଖୀନ ହେବ ବୋଲି ଅଭିଭାବକ ମାନେ କହିଛନ୍ତି । ଏଥିଲାଗି ଅଭିଭାବକ ମାନେ ଏହାକୁ ନପସନ୍ଦ କରିଛନ୍ତି । ଏହାକୁ ବିରୋଧ କରି ଅଭିଭାବକ ମାନେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଜିଲ୍ଳାପାଳ ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା କରି ଏହାର ସମାଧାନର ବାଟ ବାହାର କରିବେ ବୋଲି କହିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular