ଭଞ୍ଜନଗର : ହତ୍ୟାର ୫ବର୍ଷ ପରେ ଖୋଲିଲା ରହସ୍ୟ । ଜଙ୍ଗଲକୁ କାଠ କାଟିବାକୁ ଯିବା ବାହାନାରେ ସ୍ତ୍ରୀକୁ ନେଇ ଘଞ୍ଚ ଜଙ୍ଗଲରେ ହତ୍ୟା କରିଥିଲା ସ୍ବାମୀ । ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ବାମୀ କୁ ଗିରଫ କରିଛି ପୋଲିସ ।
ଗାଲେରୀ ଫାଣ୍ଡି ଅନ୍ତର୍ଗତ ଝାଲିଆ ଗୋଚ୍ଛା ଗ୍ରାମର ରାଜୁ ନାଇକ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ୨ ପୁଅଙ୍କ ଦେଖାଶୁଣା କରିବାକୁ ଦ୍ବିତୀୟ ବିବାହ କରିଥିଲେ। ବିବାହର କିଛିଦିନ ପରେ ଦ୍ବିତୀୟ ସ୍ତ୍ରୀ ମାଧୁରୀ ଶ୍ବଶୁର ଘରେ ରହିବାକୁ ମନା କରି ବାପଘରକୁ ପଳାଇଯାଇଥିଲେ । ରାଜୁ ରୁଢାପଦର ଯାଇ ସେଠାରେ ମାଧୁରୀ ସହ ରହିଥିଲା । ସେଠାରେ ଉଭୟଙ୍କ ମଧ୍ୟରେ ଝଗଡା ହେବାରୁ ସେ ନିଜ ଘରକୁ ଫେରିଆସିଥିଲା । ଏହାର କିଛି ଦିନ ପରେ ମାଧୁରୀ ପୁଣି ଥରେ ଘରକୁ ଫେରିଥିଲେ । ସେଠାରେ ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡା ହେବାକୁ ଲାଗିଲା । ମାଧୁରୀଙ୍କ କଥା ସହିନପାରି ରାସ୍ତାରୁ ସଫା କରିବାକୁ ଚିନ୍ତା କରିଥିଲା । ୨୦୧୫ ଫେବୃୟାରୀ ୫ ତାରିଖରେ ଜଙ୍ଗଲକୁ କାଠ କାଟିବାକୁ ଯିବା ବାହାନାରେ ମାଧୁରୀକୁ ନେଇ ଘଞ୍ଚ ଜଙ୍ଗଲରେ ହତ୍ୟା କରିଥିଲା ରାଜୁ । ଘଟଣା ଘଟିଥିଲା
ମାଧୁରୀଙ୍କ ଭାଇ ବିପ୍ର ନାଇକ ତାରାସିଂ ଥାନାରେ ଏନେଇ ଏତଲା ଦେଇଥିଲେ । ଏହାର କିଛି ଦିନପରେ ଜଙ୍ଗଲରୁ କଙ୍କାଳ ଉଦ୍ଧାର କରିଥିଲା ତାରାସିଂ ପୁଲିସ । ଏହାକୁ ନେଇ ତାରାସିଂ ଥାନାରେ ଏକ ଅପମୃତ୍ୟୁ ମାମଲା କେସ୍ ରୁଜୁ ହୋଇଥିଲା । ଏହି ଘଟଣାର ୫ବର୍ଷ ପରେ ରାଜୁ ନାଇକ ଝାଲିଆଗୋଛା ଗ୍ରାମକୁ ଫେରିଥିବା ପୋଲିସ ନିକଟରେ ସୂଚନା ମିଳିବା ପରେ ତାରାସିଂ ପୋଲିସ ରାଜୁ ନାଇକକୁ ଗିରଫ କରିଛି ।



Visitors Today : 1
Total Visitors : 130176
Total Views : 9891623
Visitors Online Now : 0