ବଣାଇ : ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ପୋଡ଼ାଡ଼ିହି ବସ୍ତିରୁ ଆସିଛି ଏହି ଅଭିଯୋଗ। ଘରୋଇ କଳିରୁ ଘଟିଛି ଏପରି ନୃଶଂସ କାଣ୍ଡ। ମୃତ ମହିଳାଙ୍କ ନାଁ ସମ୍ବାରୀ ମୁଣ୍ଡା (୩୫)। ତାଙ୍କ ସ୍ୱାମୀ ନାଁ ବୁଧୁ ମୁଣ୍ଡା (୩୦)। ତାଙ୍କୁ ପୁଲିସ୍ ଅଟକ ରଖିଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ବୁଧୁ ଓ ସମ୍ବାରୀଙ୍କ (୩୫) ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା। ପରେ ଉତ୍ତ୍ୟକ୍ତ ହୋଇ ଘରେ ଥିବା ଏକ ଟାଙ୍ଗିଆରେ ବୁଧୁ ସ୍ତ୍ରୀ ସମ୍ବାରୀଙ୍କୁ ହାଣି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସମ୍ବାରୀଙ୍କ ମୃତ୍ୟୁ ହୋଇଥିଲା।
ଆଜି ସକାଳେ ଘଟଣାସ୍ଥଳରେ କୋଇଡ଼ା ପୁଲିସ୍ ପହଞ୍ଚି ଏହି ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଥିଲା। ତା’ ସହିତ ଅଭିଯୁକ୍ତ ବୁଧୁଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0