spot_img

ସ୍ତ୍ରୀର ଗଳା କାଟି କଲା ହତ୍ୟା କଲା ସ୍ବାମୀ

ଜୟପୁର ମଦ ନିଶାରେ ସ୍ତ୍ରୀର ଗଳାକାଟି କଲା ହତ୍ୟା । ଏମିତି ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ଦେବୀଘାଟ ଗ୍ରାମପଞ୍ଚାୟତର ଧୌଡା ପଦର ଗ୍ରାମରେ ।  ଅଭିଯୋଗ ଅନୁସାରେ ମଦ ପିଇବାକୁ ନେଇ ସ୍ବାମୀ କାର୍ତ୍ତିକ ଟାକ୍ରି ଓ ସ୍ତ୍ରୀ ପାର୍ବତୀଙ୍କ ମଧ୍ୟରେ ସବୁ ଦିନ ଝଗଡା ଲାଗୁଥିଲା । ରବିବାର ବିଳମ୍ବିତ ରାତିରେ ମଦ ପିଇ କାର୍ତ୍ତିକ ଘରକୁ ଆସିଥିବାରୁ ଏହାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । କାର୍ତ୍ତିକ ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀର ଗଳା କାଟି ଦେଇଥିବା ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ବାପା ।

ଏ ନେଇ କୋରାପୁଟ ସଦର ଥାନାରେ ଏକ ମାମଲା ଦାୟର ହୋଇଥିବା ବେଳେ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ସ୍ବାମୀ କାର୍ତ୍ତିକକୁ ଅଟକ ରଖି ଅଧିକ ପଚରା ଉଚରା କରୁଛି ପୋଲିସ ।

 

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular