ମୁମ୍ବାଇ: ଦକ୍ଷିଣ ଫିଲ୍ମର ସୁପରଷ୍ଟାର ଚିରଞ୍ଜିବୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଏନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଏହା ସହିତ ସେ ଗତ ୫ ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ମଧ୍ୟ କରୋନା ଟେଷ୍ଟ କରିବା ପାଇଁ ଅନୁରୋଧ କରିଛନ୍ତି । ଚିରଞ୍ଜିବୀଙ୍କ କହିବା ଅନୁସାରେ, ସେ ନିଜ ଆଗାମୀ ଫିଲ୍ମ ‘ଆଚାର୍ଯ୍ୟ’ର ସୁଟିଂ ପୂର୍ବରୁ ପ୍ରୋଟକଲ ଅନୁସାରେ କରୋନା ଟେଷ୍ଟ କରାଇଥିଲେ ଯେଉଁଥିରେ ତାଙ୍କ ଟେଷ୍ଟ ପଜେଟିଭ ଆସିଥିଲା । ବର୍ତ୍ତମାନ ଚିରଞ୍ଜିବୀ ନିଜକୁ ହୋମ କ୍ୱାରେଣ୍ଟାଇନରେ ରଖିଛନ୍ତି । ଅନ୍ୟପଟେ ତାଙ୍କ ପ୍ରଶଂସକ ମାନେ ଅଭିନେତା ଚିରଞ୍ଜିବୀଙ୍କୁ ଧ୍ୟାନ ରଖିବାକୁ କହିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0