ନବରଙ୍ଗପୁର ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ପୂଜାରିଗୁଡ଼ାଭରଣୀ ଓ ଚିକଲପଦର ମୁଖ୍ୟରାସ୍ତାରେ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ ।।: ମୃତକ ଚୁମକି ମଣ୍ଡଳ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।
ଖବର ଅନୁଯାୟୀ, ପୂଜାରିଗୁଡ଼ାଭରଣୀ ଓ ଚିକଲପଦର ମୁଖ୍ୟରାସ୍ତାରେ ଘଟିଛି ଅଭାବନୀୟ ଘଟଣା । ସ୍ତ୍ରୀର ପରକିୟୀ ପ୍ରୀତି ସନ୍ଦେହରେ ନିଜ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ । ସ୍ତ୍ରୀର ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଛି ସ୍ୱାମୀ । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ସ୍ୱାମୀ ବିପ୍ଲବ ମଣ୍ଡଳ ଉମରକୋଟ ଥାନାରେ ଆତ୍ମସମର୍ପଣ କରିଛି । ସେପଟେ ପୋଲିସ ଘଟଣାରେ ଛାନ୍ଭିନ୍ ଆରମ୍ଭ କରିଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍କୁ ଡକାଯିବାର ସମ୍ଭାବନା ରହିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0