spot_img

ଇଲେକ୍ଟୋରାଲ କଲେଜ ଭୋଟକୁ ପ୍ରଭାବିତ କରୁଛନ୍ତି ଟ୍ରମ୍ପ !

ଇଲେକ୍ଟୋରାଲ କଲେଜ ଭୋଟକୁ ପ୍ରଭାବିତ କରିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରୟାସ । ଜର୍ଜିଆରେ ଜୋ ବାଇଡେନଙ୍କ ବିଜୟକୁ ଓଲଟପାଲଟ କରିବାକୁ ତାଙ୍କ ପାଇଁ ଯଥେଷ୍ଟ ଭୋଟ ଯୋଗାଡ କରିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜର୍ଜିଆର ରାଜ୍ୟ ସଚିବଙ୍କ ଉପରେ ଚାପ ପ୍ରୟୋଗ କରୁଛନ୍ତି । ଏନେଇ ଆମେରିକା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପରେ ଇଲେକ୍ଟୋରାଲ କଲେଜ ଭୋଟକୁ ପ୍ରଭାବିତ କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରୟାସ । ଶନିବାର ଦିନ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ସହ ଏନେଇ ଟେଲିଫୋନରେ କଥାବାର୍ତା କରୁଥିବାର ଏକ ଅଡିଓ ଟେପରୁ ଜଣାପଡିଥିବା ନେଇ ଆମେରିକା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ତାଙ୍କ ଅନୁରୋଧ ରକ୍ଷା ନକଲେ ରାଫେନସ୍ପେର୍ଗର ଓ ଜର୍ଜିଆର ଅନ୍ୟ ଜଣେ ଅଧିକାରୀ ବିପଦର ସମ୍ମୁଖିନ ହୋଇପାରନ୍ତି ବୋଲି କୁହାଯାଇଛି । ଟ୍ରମ୍ପଙ୍କ ଏହି ଅଡିଓ ଭାଇରାଲ ହେବା ପରେ ଏହାକୁ ନେଇ ପ୍ରତିକ୍ରୀୟା ରଖିଛନ୍ତି ନବନିର୍ବାଚିତ ଉପରାଷ୍ଟ୍ରପତି କମଳା ହାରିସ । ଏହାକୁ କ୍ଷମତାର ଅପବ୍ୟବହାର ବୋଲି କହିଛନ୍ତି କମଳା । ଏହି ରିପବ୍ଲିକାନ ସମର୍ଥିତ ରାଜ୍ୟରୁ ବାଇଡେନ ୧୧ହଜାର ୭୭୯ ଭୋଟରେ ଜିତିଛନ୍ତି । ଏବଂ ପୁନଃଗଣନା ଏବଂ ଅଡିଟ କରାଯିବା ପରେ ମଧ୍ୟ ଏହି ସଂଖ୍ୟା ଅପରିବର୍ତିତ ରହିଛି । ଏଥିରେ ଟ୍ରମ୍ପଙ୍କର କୌଣସି ଅଭିଯୋଗ ଫଳପ୍ରଦ ହୋଇନାହିଁ ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular