spot_img

ରୋହିତ ଶର୍ମାଙ୍କୁ କ୍ୟାପଟେନ୍ କୁଲ୍ ଙ୍କ ସହ ତୁଳନା କଲେ ହସି

ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ମାଇକେଲ ହସି ମହେନ୍ଦ୍ର ସଂହ ଧୋନୀ ଓ ରୋହିତ ଶର୍ମାଙ୍କର ଅଧିନାୟକତ୍ୱକୁ ଅତି ପାଖରୁ ଦେଖିଛନ୍ତି । ଆଇପିଏଲ ସମୟରେ ଏହି ଦୁଇ ଅଧିନାୟକଙ୍କ ସହ ଖେଳି ସାରିଛନ୍ତି ଏହି ଅଷ୍ଟ୍ରେଲୀୟ ଖେଳାଳି । ନିକଟରେ ଏକ ଚ୍ୟାନେଲ ପ୍ରୋଗ୍ରାମରେ ସେ ଚାରି ଜଣ ଅଧିନାୟକଙ୍କ ସହ ଖେଳିବା ବେଳର ଅନୁଭବ ସେୟାର କରିଛନ୍ତି । ଏହି ଚାରିଜଣଙ୍କ ସ୍ୱଭାବ ସମ୍ପୂର୍ଣ୍ଣ ଅଲଗା ବୋଲି ତାଙ୍କର ମତ । ନିଜ ଟିମ୍ ସଦସ୍ୟଙ୍କୁ ପୂର୍ଣ୍ଣ ମାତ୍ରାରେ ସହଯୋଗ କରୁଥିବା ଜଣେ ଲଢ଼ୁଆ ଖେଳାଳୀ ହେଉଛନ୍ତି ରିକି ପଣ୍ଟିଂ । ସେମିତି ମାଇକେଲ କ୍ଲାର୍କଙ୍କୁ ଜଣେ ଚତୁର ଓ କ୍ଷମତା ପରଖୁଥିବା ଅଧିନାୟକ କହିଛନ୍ତି ହସି । କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନୀଙ୍କ ଶାନ୍ତ ସ୍ୱଭାବ ତାଙ୍କୁ ନୂଆ ଚାଲ୍ ଖେଳିବାରେ ସାହାଯ୍ୟ କରିଥାଏ । ଖେଳକୁ ସେ ଭଲ ଭାବେ ବୁଝନ୍ତି ଏବଂ ପଡ଼ିଆରେ ଆଗକୁ କ’ଣ ହେବ ତାହା ଅନୁମାନ ଲଗାଇପାରନ୍ତି । ରୋହିତ ଶର୍ମାଙ୍କୁ ଧୋନୀଙ୍କ ସହ ତୁଳନା କରିଛନ୍ତି ହସି । ଚାପ ଥିବା ସମୟରେ ଶାନ୍ତ ରହିବା ସହ ରଣନୀତି ପ୍ରସ୍ତୁତ କରିବାରେ ରୋହିତ ମାହିର ବୋଲି ସେ କହିଛନ୍ତି । ଆଇପିଏଲରେ ପ୍ରାୟ ୭ ବର୍ଷ ଧରି ସେ ଧୋନିଙ୍କ ଅଧିନାୟକତ୍ୱରେ ଖେଳିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular