ମୁମ୍ବାଇ: ରିପବ୍ଲିକ ଟିଭି ଏଡିଟର ଇନ୍ ଚିଫ୍ ଅର୍ଣ୍ଣବ ଗୋସ୍ୱାମୀ ଗିରଫ ମାମଲା । ତାଙ୍କ ଜୀବନ ପ୍ରତି ବିପଦ ରହିଛି, ମୁମ୍ବାଇ ପୋଲିସ୍ ତାଙ୍କୁ ମାଡ ମାରିଥିବା ସେ ଅଭିଯୋଗ କରିଛନ୍ତିି । ୨୦୧୮ ମସିହାର ଏକ ମାମଲାରେ ନଭେମ୍ବର ୪ ତାରିଖରେ ତାଙ୍କୁ ମୁମ୍ବାଇ ପୋଲିସ୍ ଗିରଫ କରିଛି । ଗିରଫ ସମୟରେ ମଧ୍ୟ ଅର୍ଣ୍ଣବ ଓ ତାଙ୍କ ପରିବାର ପ୍ରତି ପୋଲିସ୍ ଦୁବ୍ୟବହାର ଦେଖାଇଥିବା ସେ କହିଥିଲେ । ବର୍ତ୍ତମାନ ତାଙ୍କ ସମସ୍ୟା ବଢିବାରେ ଲାଗିଛି । ବମ୍ବେ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ ମଧ୍ୟ ତାହା ସ୍ଥଗିତ ରହିଛି । ଏବେ ତାଙ୍କ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ ମାମଲା ରୁଜୁ ହେବାରେ ଲାଗିଛି । ଏହାକୁ ଏକ ବଡ ଧରଣର ଷଡଯନ୍ତ୍ର ବୋଲି ରିପବ୍ଲିକ୍ ଟିଭି ପକ୍ଷରୁ କୁହାଯାଉଛି । ରବିବାର ଅର୍ଣ୍ଣବଙ୍କୁ ତାଲୋଜେ ଜେଲ ପଠାଇବା ବେଳେ ସେ କହିଛନ୍ତି ଯେ, ତାଙ୍କୁ ଆକ୍ରମଣ କରାଯାଇଛି ଏବଂ ତାଙ୍କ ଜୀବନ ପ୍ରତି ବିପଦ ରହିଛି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0