ପୁରୀ: ସ୍ୱର୍ଗଦ୍ୱାରକୁ ସୁବ୍ୟବସ୍ଥିତ ଭାବରେ ପରିଚାଳନା କରିବା ପାଇଁ ରାଜ୍ୟ ସରକାର ସ୍ୱର୍ଗଦ୍ୱାର ସେବା ସମିତିକୁ ଅନୁମତି ପ୍ରଦାନ କରିଛନ୍ତି । ଏନେଇ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଗତମାସ ୨୭ ତାରିଖରେ ଜିଲ୍ଲା ପ୍ରଶାସନକୁ ଅବଗତ କରିଥିଲା। ଏବେ ସ୍ୱର୍ଗଦ୍ୱାରର ପରିଚାଳନା କାମ ବୁଝୁଛି ସ୍ୱର୍ଗଦ୍ୱାର ସେବା କେନ୍ଦ୍ର । ରାଜ୍ୟ ସରକାରଙ୍କ ଠାରୁ ଅନୁମତି ପାଇଥିବାରୁ ଶୀଘ୍ର ପୁରୀ ପୌର ପାଳିକା ଠାରୁ କାର୍ୟ୍ୟଭାର ଗ୍ରହଣ ପାଇଁ ପଦକ୍ଷେପ ନିଆଯିବ ବୋଲି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି । ସ୍ୱର୍ଗଦ୍ୱାର ସେବା ସମିତିରେ ସର୍ବମୋଟ ୯ ଜଣ ସଦସ୍ୟ ରହିବାର ବ୍ୟବସ୍ଥା ରହିଛି । ସ୍ୱର୍ଗଦ୍ୱାରର ବିକାଶ ପାଇଁ ରାଜ୍ୟ ସରକାର ୫କୋଟି ଟଙ୍କା ଦେଇଛନ୍ତି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0