spot_img

ଆଇସିସି ଟି୨୦ ର‌୍ୟାଙ୍କିଙ୍ଗରେ ଅଷ୍ଟମସ୍ଥାନରେ କୋହଲି

ଦୁବାଇ: ଆଇସିସି ଟି୨୦ ର‌୍ୟାଙ୍କିଙ୍ଗରେ ଶ୍ରେଷ୍ଠ ୩ରେ ରାହୁଲ ଏବଂ ଅଷ୍ଟମ ସ୍ଥାନରେ କୋହଲି ରହିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ଟି୨୦ ର୍ୟାଙ୍କିଙ୍ଗରେ ଭାରତୀୟ ଅଧିନାୟକ ବିରାଟ କୋହଲି ଗୋଟିଏ ସ୍ଥାନ ଉପରକୁ ଉଠି ବ୍ୟାଟିଂ ତାଲିକାର ଅଷ୍ଟମ ସ୍ଥାନରେ ରହିଛନ୍ତି । ସେହିପରି ଓପନର ଲୋକେଶ ରାହୁଲ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜରେ ଦମଦାର ପ୍ରଦର୍ଶନ କରି ତାଲିକାର ଶ୍ରେଷ୍ଠ୩ରେ ସ୍ଥାନ ପାଇଛନ୍ତି । ଏହି ସିରିଜରେ ଭାରତ ୨-୧ରେ ବିଜୟୀ ହୋଇଥିଲା । ୮୧୬ ପଏଣ୍ଟ ହାସଲ କରି ରାହୁଲ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଦ୍ୱତୀୟ ସ୍ଥାନରେ ପାକିସ୍ତାନର ବାବର ଆଜମ ରହିଛନ୍ତି । ସେହିପରି ବୋଲିଂ ତାଲିକାରେ ଅଷ୍ଟ୍ରେଲିଆ ଯୁବ ଲେଗ୍ ସ୍ପିନର ଆଡାମ ଜାମ୍ପା ଦୁଇଟି ସ୍ଥାନ ଉଫରକୁ ଉଠି ପଞ୍ଚମ ସ୍ଥାନରେ ରହିଛନ୍ତି । ଅନ୍ୟପଟେ ଅଲରାଉଣ୍ଡର ତାଲିକାରେ ଅଫଗାନିସ୍ତାନର ମହମ୍ମଦ ନବୀ ଶୀର୍ଷରେ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular