spot_img

ବିଜୟ ଧାରା ବଜାୟ ରଖିଲା ମୁମ୍ବାଇ ସିଟି ଏଫସି

ଗୋଆ: ଇଣ୍ଡିଆନ ସୁପରଲିଗରେ ମୁମ୍ବାଇ ସିଟି ଏଫସି କ୍ରମାଗତ ଭାବରେ ଚତୁର୍ଥ ବିଜୟ ହାସଲ କରିଛି । ଚେନ୍ନାଇ ବିପକ୍ଷ ମ୍ୟାଚରେ ୨-୧ ଗୋଲ ଦେଇ ଚେନ୍ନାଇକୁ ପରାସ୍ତ କରିଛି ମୁମ୍ବାଇ । ଏହା ସହ ମୁମ୍ବାଇ ପଏଣ୍ଟ ତାଲିକାରେ ଶୀର୍ଷ ସ୍ଥାନରେ ରହିଛି । ତେବେ ମୁମ୍ବାଇ ମୋଟ ୫ଟି ମ୍ୟାଚ ଖେଳି ୪ଟି ଜିତିଛି ଓ ଗୋଟିଏ ହାରିଛି । ଅନ୍ୟପଟେ ଚେନ୍ନାଇ ମୋଟ ୪ଟି ମ୍ୟାଚ ଖେଳି ଗୋଟିଏ ବିଜୟ, ଗୋଟିଏ ଡ୍ର ଓ ଦୁଇଟି ପରାଜୟ ସହ ୪ ପଏଣ୍ଟ ପାଇ ପଏଣ୍ଟ ତାଲିକାରେ ଅଷ୍ଟମ ସ୍ଥାନରେ ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular