spot_img

ବାଇଡେନ୍ ଜିତିଲେ ଆମେରିକା ବିକ୍ରି ହେବ!

ନ୍ୟୁୟର୍କ: ଆସନ୍ତା ନଭେମ୍ବର ୩ ତାରିଖରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଏହାକୁ ନେଇ ଉଭୟ ଡେମୋକ୍ରାଟ୍କ୍ ଓ ରିପବ୍ଲିକାନ ପାର୍ଟି ତରଫରୁ ପ୍ରଚାର ଆରମ୍ଭ ହୋଇଯାଇଛି । ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ବିପକ୍ଷପାର୍ଟି ତଥା ଡେମୋକ୍ରାଟିକ୍ ଦଳର ପ୍ରାର୍ଥୀ ଜୋ ବାଇଡେନ୍ ଯଦି ବିଜୟ ଲାଭ କରନ୍ତି, ତେବେ ଚୀନ ଆମେରିକାକୁ କିଣିନେବ ବୋଲି ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଆକ୍ଷେପ କରି କହିଛନ୍ତି । ବାଇଡେନ୍ ତାଙ୍କ ପ୍ରାର୍ଥିତ୍ୱ ଗ୍ରହଣ ଅଭିଭାଷଣରେ ଚୀନ ସମ୍ପର୍କରେ ପଦଟିଏ ବି ଉଚ୍ଚାରଣ କରିନଥିବାରୁ ଟ୍ରମ୍ପ ଏପରି ଆଶଙ୍କା ବ୍ୟକ୍ତ କରିଥିବା କହିଛନ୍ତି । ସେପଟେ ବାଇଡେନ ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଇଚ୍ଛା ପ୍ରକଟ କରୁଥିବା ଗୁଇନ୍ଦା ସୂତ୍ରରୁ ମିଳିଛି ବୋଲି ଟ୍ରମ୍ପ ସ୍ପଷ୍ଟ କରିଛନ୍ତି । ଆମେରିକାକୁ ଭାଗ ଭାଗ କରିବାରେ ଅଧିକ ସମୟ ବିତାଉଥିବା ବାଇଡେନଙ୍କ ଭଳି ଜଣେ ଡେମୋକ୍ରାଟ୍ କେବେ ବି ଦେଶକୁ ଚଳାଇ ପାରିବେନି ବୋଲି ଟ୍ରମ୍ପ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular