spot_img

୩ ଦିନ ବଢ଼ିଲା କେନ୍ଦ୍ରାପଡ଼ାର ମୁଖ୍ୟ ଚିକିତ୍ସାଳୟ ସଟଡ଼ାଉନ ଅବଧି

କେନ୍ଦ୍ରପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଟଡ଼ାଉନ ଅବଧି ବୃଦ୍ଧି ପାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଆଉ ୩ ଦିନ ସଟଡ଼ାଉନ ଅବଧିକୁ ବଢ଼ାଇ ଦିଆଯାଇଛି । ଅଗଷ୍ଟ ୨୮ରେ ମୁଖ୍ୟ ଚିକିତ୍ସାଳୟ କାର‌୍ୟ୍ୟ ସ୍ୱଭାବିକ ହେବ । ଏନେଇ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲ ମୁଖ୍ୟ ଚିକିତ୍ସାଳୟରେ ଲଗାତର କିଛି ଦିନ ଧରି କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି । ଯାହା ଏବେ ୪୦ ଟପି ସାରିଲାଣି । କଣ୍ଟାକ୍ଟ ଟ୍ରେସଂ କରିବା ତଥା ସଂକ୍ରମଣକୁ ରୋକିବାକୁ ଯାଇ ପ୍ରଶାସନ ଅଗଷ୍ଟ ୨୧ ଅପରାହ୍ନ ୪ଟାରୁ ୩ ଦିନ ପାଇଁ ମେଡ଼ିକାଲକୁ ସଟଡ଼ାଉନ ଘୋଷଣା କରାଯାଇଥିଲା । ମେଡ଼ିକାଲ ସଟଡ଼ାଉନ ଥିଲେ ହେଁ ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ, କାଜୁଆଲଟି,ଜରୁରି ବିଭାଗ, ଫିଭର କ୍ଲିନିକକୁ କଟକଣାରୁ ମୁକ୍ତ କରାଯାଇଛି । ଏଥିସହ ଡ଼ାକ୍ତରମାନେ ଟିକେଟ କାଉଣ୍ଟର ପାଖରେ ଗୁରୁତ୍ୱର ରୋଗୀଙ୍କୁ ଅତ୍ୟାବଶ୍ୟକ ସେବା ଯେଗାଇ ଦେବାକୁ କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular