spot_img

ପିଆଜ ଦର ଆକାଶ ଛୁଆଁ, କିଲୋ ପିଛା ୫୦ ଟଙ୍କା ଟପିଲାଣି

ଭୁବନେଶ୍ୱର: ହୁ ହୁ ହୋଇ ବଢୁଛି ପିଆଜ ଦର । କିଲେ ପିଛା ୫୦ଟଙ୍କା ଟପିଛି । ଗତ ସପ୍ତାହରେ ବଜାରରେ କିଲେ ପିଛା ୩୫ ଟଙ୍କା ଥିବା ପିଆଜ ହଠାତ୍ ୫୦ଟଙ୍କା ଡେଇଁଛି । ସ୍ଥାନେ ସ୍ଥାନେ କିଛି ବଜାରରେ ପିଆଜ ଦର ୬୦ଟଙ୍କା ଛୁଇଁଥିବା ଜଣାପଡିଛି । ହଠାତ୍ ପିଆଜ ଦର ଏତେ ବଢିଯିବା ଫଳରେ ଖାଉଟିଙ୍କ ମୁଣ୍ଡରେ ଚଡକ ପଡିଛି । ଗରିବ ଖାଉଟି ମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଏହି ଦରକୁ ନେଇ ଆମଦାନୀ ହ୍ରାସ ହେଉଥିବାରୁ ଏଭଳି ଦର ବୃଦ୍ଧି ହେଉଛି ବୋଲି ବ୍ୟବସାୟୀମାନେ କହିଛନ୍ତି । ତେବେ ସରକାରୀ ନିୟନ୍ତ୍ରଣ ନ ରହିଲେ ଏହି ଦର ଅକ୍ଟୋବର ଓ ନଭେମ୍ବର ମାସ ସୁଦ୍ଧା କିଲୋ ପିଛା ୧୦୦ ଟଙ୍କାକୁ ଟପିବ ବୋଲି ଆଶଙ୍କା କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular