ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ବେଆଇନ କାର୍ଯ୍ୟକଳାପ ଉପରେ ରୋକ୍ ଲଗାଯିବ । ରାଜ୍ୟରେ ଚାଲିଥିବା ବେଆଇନ ଖଣି କାର୍ୟ୍ୟକଳାପ, ଖଣିଜ ଚୋରି ଓ ଚୋରା ଚାଲାଣ ଉପରେ ରୋକ୍ ଲଗାଯିବ । ଏଥିପାଇଁ ପୂର୍ବରୁ ଥିବା ଓ.ଏମ.ପି.ଟି.ଏସ୍ ନିୟମ ୨୦୨୧ରେ ଥିବା ଦଣ୍ଡ ବ୍ୟବସ୍ଥାକୁ ଅଧିକ କଠୋର କରାଯାଇଛି । ଜେଲ ଦଣ୍ଡର ଅବଧିକୁ ବର୍ଷକରୁ ୨ ବର୍ଷକୁ ବୃଦ୍ଧି କରାଯାଇଛି ।ସେହିପରି ପୂର୍ବରୁ ଯେଉଁ ଅପରାଧ ପାଇଁ ୨୫ ହଜାର ଟଙ୍କାର ଜରିମାନା ଆଦାୟ କରାଯାଉଥିଲା, ତାହାକୁ ବହୁଗୁଣିତ କରାଯାଇଛି । ୨୫ ହଜାର ଜରିମାନା ରାଶିକୁ ୫ ଲକ୍ଷ ଟଙ୍କା ଏବଂ ୫୦୦ ଟଙ୍କା ଜରିମାନାକୁ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏ ସମ୍ପର୍କୀତ ଏକ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି । ଏହି ନିୟମ କାର୍ୟ୍ୟକାରୀ ହେଲେ ଖଣି ସମ୍ପର୍କୀତ ବେଆଇନ କାରବାର ହ୍ରାସ ପାଇବା ସହ ରାଜସ୍ୱ ବୃଦ୍ଧି ପାଇବ ବୋଲି କୁହାଯାଇଛି । ଅନଲାଇନ୍ ପଦ୍ଧତିରେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଯନ୍ତ୍ରପାତିର ବ୍ୟବହାର ଦ୍ୱାରା ଅଧିକାଂଶ କାର୍ୟ୍ୟକଳାପକୁ ପରିଚାଳିତ କରାଯିବ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0