spot_img

୧ ମିନିଟରେ ୧୭ ଶ୍ଲୋକ ଗାଇ ‘ଇଣ୍ଡିଆ ବୁକ୍ ଅଫ୍ ‘ ରେକର୍ଡ କଲେ ପଞ୍ଚମ ଶ୍ରେଣୀ ଛାତ୍ରୀ

ଭୁବନେଶ୍ୱର : ୧ ମିନିଟରେ ୧୭ ଶ୍ଲୋକ ଗାଇ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ କଲେ ପଞ୍ଚମ ଶ୍ରେଣୀ ଛାତ୍ରୀ । ଯାଜପୁର ବିବିସରାଇ ଅଂଚଳର ୫ମ ଶ୍ରେଣୀର ଛାତ୍ରୀ ଆଦ୍ୟାଜ୍ୟୋତି ଦାସ ଏହା କରି ଦେଖାଇଛନ୍ତି । ସାଇ ଆଦ୍ୟାଜ୍ୟୋତି ପିଲାଦିନରୁ ନିଜ ଜେଜେ ବାପା ଙ୍କ ଠାରୁ ଏଭଳି ଶ୍ଳୋକ ଶିକ୍ଷା ଗ୍ରହଣ କରିଥିଲେ । ନିଟକରେ ଅନଲାଇନ ମାଧ୍ୟମରେ ଏକ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ ଆଦ୍ୟାଜ୍ୟୋତି । ସେ ସମଗ୍ର ଭାରତରେ ପ୍ରଥମ ସ୍ଥାନ ଅକ୍ତିଆର କରି ଜିଲାପାଇଁ ଗୌରବ ଆଣିଛନ୍ତି । ଆଦ୍ୟାଜ୍ୟୋତିଙ୍କ ଏହି ସଫଳତା ପରେ ଆଖପାଖ ଅଂଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ନିଜ ବନ୍ଧୁ ଓ ଶୁଭେଚ୍ଛୁ ମାନେ ମିଠା ଖୁଆଇ ଆଦ୍ୟାଜ୍ୟୋତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular