ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ସିଆର୍ପିସିର ଧାରା ୧୨୫ରେ ଦାୟର ଭରଣ ପୋଷଣ ମାମଲାର ୫ଟି ତାରିଖରେ ଶୁଣାଣି ଶେଷ କରି ରାୟ ପ୍ରକାଶ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏପରି ମାମଲାର ଶୁଣାଣି ୫ରୁ ୬ଟି ତାରିଖରୁ ଅଧିକ ନେବା କଥା ନୁହେଁ ବୋଲି ହାଇକୋର୍ଟ ମତ ଦେଇଛନ୍ତି । ତୃତୀୟ ତାରିଖରେ ଯଦି ପକ୍ଷ ସାକ୍ଷୀ ଦେବାକୁ ଚାହିଁବେ ତେବେ ଆଉ ଏକ ତାରିଖ ମଞ୍ଜୁର କରାଯାଇ ସାକ୍ଷ୍ୟ ଗ୍ରହଣ ଶେଷ ହେବା ପାଇଁ ଅନୁମତି ଦିଆଯାଇ ପାରିବ। ପଞ୍ଚମ ତାରିଖରେ ମାମଲାର ଶୁଣାଣି ଶେଷ ହେବ। ଯଦି କୌଣସି ପକ୍ଷ ସାକ୍ଷୀ ଦେବାକୁ ଆଗ୍ରହୀ ନଥିବେ ତେବେ ତୃତୀୟ ତାରିଖରେ ଯୁକ୍ତି ଉପସ୍ଥାପନ ଗ୍ରହଣୀୟ ହେବ। ସିଆରପିସିର ଧାରା ୧୨୫ରେ ଭରଣପୋଷଣ ପାଇଁ ପତ୍ନୀ ନୟାଗଡ଼ ପରିବାର ଅଦାଲତରେ ଦାୟର କରିଥିବା ମାମଲାକୁ ଭୁବନେଶ୍ବର ପରିବାର ଅଦାଲତକୁ ସ୍ଥାନାନ୍ତର ପାଇଁ ସ୍ବାମୀ ପ୍ରିୟରଂଜନ ଦାଶ ଦାୟର କରିଥିବା ଟ୍ରାନ୍ସଫର ପିଟିସନର ଶୁଣାଣି କରି ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ରାୟ ଦେଇଛନ୍ତି । ଏପରି ପରିସ୍ଥିତିରେ ନିମ୍ନ ଅଦାଲତରେ ବିଚାରାଧୀନ ମାମଲାରେ ପରବର୍ତ୍ତୀ ତାରିଖ ଦିନ ସ୍ବାମୀ ଆପତ୍ତି ଦାଖଲ କରିବେ ଓ ଉପରୋକ୍ତ ରାୟ ଆଧାରରେ ମାମଲାର ଫେଇସଲା କରାଯିବ ବୋଲି ହାଇକୋର୍ଟ କହିଛନ୍ତି ।



Visitors Today : 0
Total Visitors : 130423
Total Views : 9891953
Visitors Online Now : 0