ଭୁବନେଶ୍ବର: ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ। ମଞ୍ଚେଶ୍ବରରେ ଥିବା ଏକ ମୋଟର ପାର୍ଟ ଓ ଲୁବ୍ରିକାଣ୍ଟ ଦୋକାନରେ ନିଆଁ ଲାଗିଛି। ଏହି ଅଗ୍ନିକାଣ୍ଡରେ ଦୋକାନରେ ଥିବା ମୋଟର ପାର୍ଟଗୁଡ଼ିକ ଜଳି ପୋଡି ପାଉଁଶ ହୋଇଯାଇଛି। ଏ ସଂପର୍କରେ ଅଗ୍ନିଶମ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି। ନିଆଁ ଲିଭାଇ କାର୍ଯ୍ୟରେ ୨ଟି ଦମକଳ ଗାଡି ନିୟୋଜିତ ହୋଇଛି। ମିଳିଥିବା ସୂଚନା ମୁତାବକ, ନିଆଁ ଲିଭା କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ଚାଲୁ ରହିଛି। ନିଆଁ କିପରି ଲାଗିଲା, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0