କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍ସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମର୍ଡର ମିଷ୍ଟ୍ରିକୁ ନେଇ ତାତି ଥମିବାର ନାଁ ଧରୁନି। ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସ୍କୁଲ୍ର ସଭାପତି ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେ ଗିରଫ ହୋଇ ସାରିବା ପରେ ବି ଥମୁନି ରାଜନୀତି। ଭୁବନେଶ୍ୱରଠୁ ଭବାନିପାଟଣା ଯାଏ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବିରୋଧରେ ହେଉଛି ନାରାବାଜୀ। ଏପରିକି ଶହଶହ ସଂଖ୍ୟାରେ ବିଜେପି କର୍ମୀ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଦିବ୍ୟଶଙ୍କରଙ୍କ ଇସ୍ତଫା, ଗିରଫ ଦାବିରେ କୋକେଇ ଶୋଭାଯାତ୍ରା କରିଛନ୍ତି ବିଜେପି ମହିଳା ମୋର୍ଚ୍ଚାର ଶତାଧିକ ନେତ୍ରୀ | ଏପରିକି ବିଜେପି ଶୋଭାଯାତ୍ରା ଶିଶୁ ଭବନରେ ପହଞ୍ଚି ନବୀନ ନିବାସ ଆଡ଼େ ଯିବାକୁ ଉଦ୍ୟତ ହେବା ବେଳେ ପୁଲିସ୍ ସେମାନଙ୍କୁ ଅଟକାଇଛି। ଏହା ମଧ୍ୟରେ ବିଜେପି କର୍ମୀ ୨ଟି ବାରିକେଡ ଭାଙ୍ଗି ୩ୟ ବାରିକେଡ ନିକଟରେ ପହଞ୍ଚିବା ସମୟରେ ପୁଲିସ୍ ସହ ମୁହାଁମୁହିଁ ହୋଇଛନ୍ତି ମହିଳା ବିଜେପି କର୍ମୀ। ଏପରିକି ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଫଲରେ ଶତାଧିକ ବିଜେପି କର୍ମୀ ତୃତୀୟ ବାରିକେଡ ନିକଟରେ ଧାରଣାରେ ବସିଛନ୍ତି | ତଦନ୍ତ ପରିସରଭୁକ୍ତ କରାଯାଉନି ବୋଲି ପଚାରିଛନ୍ତି ବିଜେପି ନେତ୍ରୀ। ଅପରପକ୍ଷେ, ଯେଉଁ ସ୍କୁଲର ଶିକ୍ଷୟିତ୍ରୀଙ୍କୁ ମାରି ପୋତି ଦିଆଯାଉଛି, ସେ ସ୍କୁଲର ପିଲା କେତେ ସୁରକ୍ଷିତ ବୋଲି ପ୍ରଶ୍ନ କରିଛନ୍ତି। ଏହାବାଦ ରାଜ୍ୟ ସରକାର ବଧୀର ହୋଇଯାଇଛନ୍ତି। ୨୧ ବର୍ଷର ଶାସନରେ ଅହଙ୍କାର, କ୍ଷମତାରେ ବୁଡ଼ିକି ଅଛି। ନିର୍ମମ ହତ୍ୟାକାଣ୍ଡ, ଜେସିବି ମାରି ବଡ଼ି ଖଣ୍ଡଖଣ୍ଡ କରିଛନ୍ତି। ଷ୍ଟେଟମେଣ୍ଟ ଦେଉ ନାହାନ୍ତି। ଆଇନ ତା’ ବାଟରେ ଯାଉଛନ୍ତି। ଏ ସରକାର ଯେଉଁଭଳି ଭାବେ ନାରୀକୁ ନିଷ୍ପେଷିତ କରୁଛନ୍ତି, ନିର୍ଯାତିତ କରୁଛନ୍ତି, ସରକାର ଏଡାକୁ ସ୍ପୃହା ଦେଉଛନ୍ତି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0