ନୟାଗଡ଼ ଜିଲ୍ଲା, ଭାପୁର ବ୍ଲକ ବାଇଗୁଣିଆ , ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟ ସମ୍ମୁଖସ୍ଥ ବାଇଗୁଣିଆ ବଜାରରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧ କେନ୍ଦ୍ର ମଙ୍ଗଳବାର ପୂର୍ବାହ୍ନରେ ଉଦଘାଟନ ହୋଇ ଯାଇଛି। ଏହି ଅବସରରେ ଡଃ. ମୀନକେତନ ଦାସ ମୂଖ୍ୟ ଅତିଥି ରୂପେ ଯୋଗଦେଇ ଉକ୍ତ କେନ୍ଦ୍ରଟିକୁ ଉଦଘାଟନ କରିଥିଲେ।ଆଖପାଖ ୨୦ ଖଣ୍ଡ ପଞ୍ଚାୟତର ଜନସାଧାରଣଙ୍କୁ ସୂଲଭ ମୂଲ୍ୟରେ ଔଷଧ ଯୋଗାଇ ଦେବାର ମହତ ଲକ୍ଷ୍ୟ ନେଇ ଏହି କେନ୍ଦ୍ରଟି କାର୍ୟ୍ୟ କରିବ ବୋଲି କେନ୍ଦ୍ରର ମୂଖ୍ୟ ପରିଚାଳକ ମତ ଦେଇଥିଲେ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାନୁସାରେ ଉକ୍ତ ଜନଔଷଧ କେନ୍ଦ୍ରରୁ ସାଧାରଣ ଲୋକେ ୪୦ ରୁ ୯୦ ପ୍ରତିଶତ ରିହାତିର ବହୁ ମୂଲ୍ୟବାନ ଜୀବନ ରକ୍ଷାକାରୀ ଔଷଧ କ୍ରୟ କରିପାରିବେ ବୋଲି ଜଣାପଡିଛି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0