ହିରାପୁର: ଓଡିଶା ଅନସ୍କ୍ରିପ୍ଟେଡ୍ ଫାଉଣ୍ଡେସନ୍ ଅନସ୍କ୍ରିପ୍ଟେଡ୍ ଓଡିଆ ଆନୁକୁଲ୍ୟରେ ଉନ୍ମୋଚିତ ହୋଇଛି ଶ୍ରୀମାନ ଅଭିଷେକ ସ୍ୱାଇଁଙ୍କ ଦ୍ୱାରା ସମ୍ପାଦିତ ସୁବର୍ଣ୍ଣା ପତ୍ରିକା । ରବିବାର ଦିନ ୧୦.୩୦ ମିନିଟ ରେ ବିଶ୍ୱପ୍ରଶିଦ୍ଧ ଚଉଷଠି ଯୋଗୀନି ପୀଠ ପାନ୍ଥ ନିବାସ ରେ । ଡଃ ଅବଦୁଲ ଓସିଦ୍ ଖାଁ , ବିଧୁ ଭୁଷଣ ପଟ୍ଟନାୟକ , ଉମି ଡାନିଏଲ୍ , ତପନ ମହାନ୍ତି , ବରିଷ୍ଠ ସାମ୍ବାଦିକ ବଙ୍କିମ ଚନ୍ଦ୍ର ନାୟକ ,ଓ ଡଃ କାଳନ୍ଦୀ ଚରଣ ସାହୁ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଓଡିଶା ଅନସ୍କ୍ରିପ୍ଟେଡ୍ ଫାଉଣ୍ଡେସନ୍ର ମୁଖ୍ୟ ସମ୍ପାଦକ ଡଃ କାଳନ୍ଦୀ ଚରଣ ସାହୁ ଏହି ସଭାର ସଭାପତିତ୍ୱ କରିଥିଲେ । ଲୁଚିଯାଇଥିବା ପ୍ରତିଭା ତଥା ଯୁବପିଢି ଙ୍କୁ ଅଧିକ ଉସôାହିତ କରିବା ଲକ୍ଷ୍ୟ ରଖି ଓଡିଶା ଅନସ୍କ୍ରିପ୍ଟେଡ୍ ଫାଉଣ୍ଡେସନ୍ ଏବଂ ସୁବର୍ଣ୍ଣା ଅଂଟା ଭିଡିଛନ୍ତି । ଏହି ସଭାରେ ଗ୍ରୀନ୍ ଜାଗରଣ ସହଯୋଗରେ ଚାରା ବଂଟଣ କାର୍ଯ୍ୟକ୍ରମ ହେବା ସହ ଅତିଥି ମାନଙ୍କ ଗହଣରେ ସୁବର୍ଣ୍ଣା ଉନ୍ମୋଚନ ହୋଇ୍ାଇଛି । ବରିଷ୍ଠ ଲେଖକ , ଅନସ୍କ୍ରିପ୍ଟେଡ୍ ପ୍ରତିଭା ଆଦି ବିଭିନ୍ନ ଶ୍ରେଣୀର ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଛି । ଓଡିଶା ଅନସ୍କ୍ରିପ୍ଟେଡ୍ ଫାଉଣ୍ଡେସନ୍ର ସଦସ୍ୟ ଶେଖ୍ ଗୁଲଜାର ହିସେନ୍ , ସୁରଜ ପଟ୍ଟନାୟକଙ୍କ ସହ ନିହାରିକା ମହାନ୍ତିଓ ହରିଶ୍ ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପରିଶେଷରେ ନିହାରିକା ମହାନ୍ତି ଧନ୍ୟବାଦ ଜଣାଇ ସଭା ଶେଷ କରିଥିଲେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0