ବକ୍ସିଂ ଡେ ଟେଷ୍ଟରେ କଙ୍ଗାରୁ ଟିମକୁ ଧୂଳି ଚଟାଇଛି ଭାରତୀୟ ଦଳ । ଟିମ ଇଣ୍ଡିଆ ଏହି ଐତିହାସିକ ଟେଷ୍ଟରେ ୮ ଉଇକେଟରେ ଅଷ୍ଟ୍ରେଲିଆକୁ ହରାଇ ହିସାବ ବରାବର କରିଛି । ଏହି ବିଜୟ ସହ ଚାରିମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୧-୧ରେ ବରାବର ହୋଇଛି । ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ ମ୍ୟାଚକୁ ୮ ଉଇକେଟରେ ଜିତି ନେଇଥିଲା । ସିରିଜର ତୃତୀୟ ଟେଷ୍ଟ ମ୍ୟାଚ ୭ ଜାନୂୟାରୀରୁ ସିଡନୀରେ ଖେଳାଯିବ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ମେଲବୋର୍ଣ୍ଣରେ ଖେଳାଯାଇଥିଲା। ଭାରତୀୟ ଦଳ ମ୍ୟାଚର ପ୍ରଥମ ଦିନରେ ଅଷ୍ଟ୍ରେଲିଆକୁ ୧୯୫ ରେ ରଖିଥିଲା । ଏହା ପରେ ସେ ୩୨୬ ରନ ସ୍କୋର କରି ୧୩୧ ରନର ଅଗ୍ରଣୀ ନେଇଥିଲେ । ଅଷ୍ଟ୍ରେଲିଆ ଦଳ କେବଳ ଦ୍ୱିତୀୟ ଇନିଂସରେ ୨୦୦ ରନ ସ୍କୋର କରିପାରିଥିଲେ । ଏହି ପରିପ୍ରେକ୍ଷୀରେ ଭାରତ ଜିତିବା ପାଇଁ ୭୦ ରନ ଲକ୍ଷ୍ୟ ହାସଲ କରିଥିଲା । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହା ୧୦୦ ତମ ଟେଷ୍ଟ ମ୍ୟାଚ ଥିଲା।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0