spot_img

୭୫ ଲକ୍ଷ ଟଙ୍କାର ଚୋରା ଗଞ୍ଜେଇ ଜବତ

କୋରାପୁଟ: କୋରାପୁଟ ପୋଲିସକୁ ଆଉ ଏକ ବଡ଼ ସଫଳତା ମିଳିଛି । ଗଞ୍ଜେଇ ଚୋରା ବ୍ୟବସାୟୀ ବଳରାମ ପାଙ୍ଗିଙ୍କ ଘରୁ ୭୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ପାଢୁଆ ପୋଲିସ । ଏହା ସହ ଏକ ଅଟୋକୁ ମଧ୍ୟ ଜବତ କରିଛି । ପୋଲିସ ଚଡାଉ କରୁଥିବା ନେଇ ସୁଚନା ପାଇ ଅଭିଯୁକ୍ତ ଗଞ୍ଜେଇ ବ୍ୟବସାୟୀ ବଳରାମ ପାଙ୍ଗି ଫେରାର ହୋଇଯାଇଛନ୍ତି । .ତାଙ୍କୁ ଖୋଜାଯାଇ ଖୁବ ଶୀଘ୍ର ଧରିବାକୁ ଉଦ୍ୟମ ଜାରି ରହିଥିବା ନେଇ କହିଛନ୍ତି କୋରାପୁଟ ଏସଡିପିଓ ସଂଜୟ ମହାପାତ୍ର କହିଛନ୍ତି । ସୂଚନା ଅନୁଯାୟୀ, ବିପୁଳ ପରିମାଣର ଗଂଜେଇ ବିହାରକୁ ଚାଲାଣ କରାଯାଉଥିଲା । ଏହି ସମୟରେ ସୂଚନା ପାଇ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ଥିଲା । ପାଡୁଆ ଥାନା ଡୁମୁରିଗୁଡା ମାଳୁପୁଟ ଗ୍ରାମର ବଳରାମ ପାଙ୍ଗିଙ୍କ ଘରେ ବିପୁଳ ପରିମାଣର ଗଂଜେଇ ଥିବା ଓ ସେସବୁକୁ ବିହାର ଚାଲାଣ କରାଯାଉ ଥିବା ବିଶେଷ ସୂତ୍ରରୁ ଖବର ପାଇବାପରେ ପାଡୁଆ ପୋଲିସ ଚଡାଉ କରିଥିଲା । ତାଙ୍କ ଘରୁ ୫କ୍ବିଣ୍ଟାଲ ୪୦ କେଜି ଗଂଜେଇ ଜବତ କରାଯାଇଛି ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular