ନୂଆଦିଲ୍ଲୀ: ଦୁଇ ଦେଶ ଭାରତ ଓ ଆମେରିକା ମଧ୍ୟରେ ଚାଲିଛି ‘ଟୁ ପ୍ଲସ ଟୁ’ ବୈଠକ । ଏହି ବୈଠକଟି ହାଇଦ୍ରାବାଦ ହାଉସରେ ଆରମ୍ଭ ହୋଇଛି । ବୌଠକରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଉପସ୍ଥିତ ଅଛନ୍ତି । ଅନ୍ୟପଟେ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ଓ ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସପର ମଧ୍ୟ ଉପସ୍ଥିତ ଅଛନ୍ତି । ଏହି ବୈଠକ ଆରମ୍ଭ ହେବା ପୂର୍ବରୁ ଆମେରିକାର ଦୁଇ ମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଥିଲେ । ତେବେ ଆଜିର ବୈଠକରେ ଦୁଇ ଦେଶ ମଧ୍ୟରେ ବେଶିକ ଏକ୍ସଚେଞ୍ଜ ଆଣ୍ଡ କୋଅପରେସନ ଏଗ୍ରିମେଣ୍ଟ ସ୍ୱାକ୍ଷର ହୋଇଛି । ତେବେ ଏହି ଚୁକ୍ତି ଫଳରେ ଦୁଇଦେଶ ମଧ୍ୟରେ ନଟିକଲ ଏବଂ ଏରୋନଟିକାଲ ଚାର୍ଟ ସହ ଜିଓ ସ୍ଫେସିଆଲ ଡାଟା ଆଦାନ ପ୍ରଦାନ କରାଯିବ ।
Delhi: US Secretary of State Michael Pompeo and US Secretary of Defence Mark Esper met PM Narendra Modi, earlier today.
Defence Minister Rajnath Singh, EAM S Jaishankar and NSA Ajit Doval were also present. pic.twitter.com/DJgPgY1BXM
— ANI (@ANI) October 27, 2020
ଏପରି ହେବା ଦ୍ୱାରା ଭାରତ ସାମରିକ ଗ୍ରେଡ ତଥ୍ୟ ପାଇପାରିବ ଯାହା ସାହଯ୍ୟରେ ସଠିକ ଭାବରେ ଏହାର କ୍ଷେପଣାସ୍ତ୍ର ଲକ୍ଷ୍ୟ ଭେଦ କରି ପାରିବେ । ଭାରତ ଏବଂ ଚୀନ ମଧ୍ୟରେ ଉପୁଜିଥିବା ସୀମା ବିବାଦକୁ ନେଇ ମଧ୍ୟ ଏହି ବୈଠକରେ ଆଲୋଚନା ହେବାର ସୂଚନା ମିଳିଛି । ତେବେ ଏହି ବୈଠକ ନିମନ୍ତେ ସୋମବାର ପହଁଞ୍ଚିଥିଲେ ଆମେରିକାର ବୈଦେଶିକ ମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ । ଭାରତର ସୀମା ବିବାଦ ବ୍ୟତୀତ ଉଭୟ ଦେଶ ମଧ୍ୟରେ ଗୁରୁତ୍ୱପୁର୍ଣ୍ଣ ରାଜିନାମା ସ୍ୱାକ୍ଷର ମଧ୍ୟ ହୋଇଛି । ଦୀର୍ଘ ଦିନ ଧରି ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଛି । ଉଭୟ ଏଲଏସିରେ ନିଜ ନିଜର ସୈନ୍ୟ ମୁତୟନ କରିଛନ୍ତି । ବାରମ୍ବାର କମାଣ୍ଡରସ୍ତରୀୟ ବୈଠକ କରି ଆଲୋଚନା କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଚୀନର ଦୋମୁହାଁ ନୀତି ପାଇଁ ଉପରେ ହଁ ଭରିଲେ ମଧ୍ୟ ସୀମା ଉଲ୍ଲଂଘନ ପାଇଁ କରୁଛି ଷଡଯନ୍ତ୍ର ।
ତେବେ ଆଜି ଆମେରିକା ବୈଦେଶିକ ମନ୍ତ୍ରୀ ପୋମ୍ପିଓ ରାଷ୍ଟି୍ରୟ ଯୁଦ୍ଧ ସ୍ମାରକକୁ ବୁଲିବା ପାଇଁ ଯାଇଥିଲେ । ଏବଂ କହିଛନ୍ତି ଯେଉଁଠି ଭାରତର ପରାକ୍ରମୀ ସୈନ୍ୟ ଓ ସହିଦ ମାନଙ୍କୁ ସମ୍ମାନ ଦିଆଯାଇଛି । ଯେଉଁମାନେ ଦୁନିଆର ସବୁଠାରୁ ବଡ ଲୋକତାନ୍ତ୍ରିକ ଦେଶ ପାଇଁ ନିଜ ଜୀବନକୁ ଉସ୍ୱର୍ଗ କରିଛନ୍ତି । ଯେଉଁଠି ଗଲବାନଘାଟିର ସହିଦ ୨୦ ଜବାନ ମଧ୍ୟ ଉପସ୍ଥିତ ଥିଲେ । ତେବେ ଆମେରିକା ଭାରତର କେବଳ ସୀମା ବିବାଦକୁ ନୁହଁ ଏପରିକି ସମସ୍ତ ବିପଦକୁ ସାମ୍ନା କରିବା ପାଇଁ ସବୁବେଳେ ଉପସ୍ଥିତ ଅଛି । ଏବଂ ଆବଶ୍ୟକ ପଡିଲେ ଆମେରିକା ପକ୍ଷରୁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସ୍ପଷ୍ଟ କରିଛନ୍ତି ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୧୭ରେ ନିଜର ପ୍ରଥମ ସାକ୍ଷାତ ସମୟରେ ଦୁଇ ଦେଶ ମଧ୍ୟରେ ଟୁ ପ୍ଲସ ଟୁ ଆଲୋଚନା ଘୋଷଣା କରିଥିଲେ । ୨୦୧୮ ସେପ୍ଟେମ୍ବରରେ ନୂଆଦିଲ୍ଲୀରେ ଏହି ବୈଠକର ପ୍ରଥମ ସଂସ୍କରଣ ଅନୁଷ୍ଠିତ ହୋଇଥିବା ବେଳେ ଗତ ବର୍ଷ ଡିସେମ୍ବରରେ ୱାଶିଂଟନରେ ଦ୍ୱିତୀୟ ବାର୍ତ୍ତା ଆୟୋଜିତ ହୋଇଥିଲା । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଫର୍ମୁଲା ‘ଟୁ ପ୍ଲସ ଟୁ’ ଆଧାରରେ ଏହି ବାର୍ତ୍ତା ହେବ ବୋଲି ସୂଚନା ମିଳିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0