ଭୁବନେଶ୍ୱର: ପରିବହନ ବିଭାଗର ବଡ଼ ନିଷ୍ପତ୍ତି । ଲାଇସେନ୍ସ ହେଉ କି ରେଜିଷ୍ଟ୍ରେସନ୍, ସବୁ କିଛି ଅନ୍ଲାଇନରେ ହେବ । ଏଣିକି ଆଉ ଲୋକଙ୍କୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡିବନି । ଦିର୍ଘ ସମୟ ଲମ୍ବା ଲାଇନରେ ଅପେକ୍ଷା କରିବାକୁ ପଡ଼ିବନି । ପରିବହନ ବିଭାଗର ସମସ୍ତ ସେବା ଅଫ୍ ଲାଇନ୍ ପରିବର୍ତ୍ତେ ଅନ୍ ଲାଇନରେ ଉପଲବ୍ଧ ହେବ।
ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ଦଲାଲମୁକ୍ତ କରିବାକୁ ଏପରି ନିଷ୍ପତ୍ତି ନିଆଯାଇଛି । ଗାଡ଼ି କିଣିଲେ ଆରଟିଓ ପରିବର୍ତ୍ତେ ଡିଲର ପଏଣ୍ଟରେ ହିଁ ରେଜିଷ୍ଟ୍ରେସନ୍ ହେବ । ଦୁଇ ଚକିଆ ହେଉ କି ଚାରି ଚକିଆ । ଯେ କୌଣସି ଗାଡି କିଣିଲେ, ରେଜିଷ୍ଟ୍ରେସନ୍ ଭଳି କାର୍ଯ୍ୟ ବି ଡିଲର ପଏଣ୍ଟରେ ହୋଇପାରିବ । ଏଥିପାଇଁ ସମସ୍ତ ଗାଡ଼ି ଡିଲରଙ୍କୁ ସ୍ୱତନ୍ତ୍ର ତାଲିମ୍ ମଧ୍ୟ ପ୍ରଦାନ କରାଯାଇଛି ।
ତେବେ ଏବେ ନୂଆ ଗାଡ଼ି ରେଜିଷ୍ଟ୍ରେସନ୍ ଅନ୍ ଲାଇନରେ ହେଉଥିବା ବେଳେ ଆଗକୁ ପୁରୁଣା ଗାଡ଼ି କିଣାବିକାକୁ ମଧ୍ୟ ଅନ୍ ଲାଇନ୍ ସେବାରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛି ପରିବହନ ବିଭାଗ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0