ଜୟପୁର: ସଚିନ ପାଇଲଟ ଓ ତାଙ୍କର ସମର୍ଥକ ବିଧାୟକ ବାଚସ୍ପତିଙ୍କ ପକ୍ଷରୁ ଅଯୋଗ୍ୟତା ନୋଟିସକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏ ମାମଲାରେ ଆଜି ଅପରାହ୍ନ ୩ଟାରେ ହାଇକୋର୍ଟରେ ଶୁଣାଣି ଥିଲା । ବିଧାନସଭା ଅଧ୍ୟକ୍ଷ ବୁଧବାର ଦିନ ସଚିନ ପାଇଲଟଙ୍କ ସମେତ ୧୯ କଂଗ୍ରେସ ବିଧାୟକଙ୍କୁ ନୋଟିସ ପଠାଇ ଜୁଲାଇ ୧୭ ତାରିଖ ସୁଦ୍ଧା ଜବାବ ଦେବାକୁ କହିଥିଲେ । କଂଗ୍ରେସ ଅଭିଯୋଗ କରିଛି ଯେ ପାଇଲଟ କ୍ୟାମ୍ପର ବିଧାୟକ ଦଳ କଂଗ୍ରେସ ବୈଠକରେ ସାମିଲ ହୋଇନଥିଲା । ବର୍ତ୍ତମାନ ସମସ୍ତଙ୍କ ନଜର ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରହିଛି । ଆବେଦନକାରୀଙ୍କ ତରଫରୁ ହରିଶ ସାଲଭେ ଓ ମୁକୁଲ ରୋହତଗୀ ଭିଡିଓ କନଫରେନସିଂ ଜରିଆରେ ପକ୍ଷ ରଖିବେ । ପାଇଲଟଙ୍କ ଓକିଲ କହିଛନ୍ତି, ଆବେଦନରେ ସମ୍ବିଧାନ ସମ୍ବନ୍ଧୀୟ ବିଷୟ ରହିଛି ସେଥିପାଇଁ ଶୁଣାଣି ଡବଲ ବେଞ୍ଚ କରନ୍ତୁ । ସଂଶୋଧନ ପରେ ଆବେଦନ ଚିଫ ଜଷ୍ଟିସଙ୍କ ପାଖକୁ ପଠାଯିବ । ଚିଫ ଜଷ୍ଟିସ ଡବଲ ବେଞ୍ଚ ଗଠନ କରିବେ । ଆଜି ସନ୍ଧ୍ୟା ସୁଦ୍ଧା ଡବଲ ବେଞ୍ଚ ଗଠନ ହୋଇଯିବ ।
ଭାଇରାଲ ଭିଡିଓ ଟେପ ମାମଲାରେ କେନ୍ଦ୍ରୀୟ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍, କଂଗ୍ରେସରୁ ନିଲମ୍ବିତ ବିଧାୟକ ଭଁବରଲାଲ ଶର୍ମା ଏବଂ ହେପାଜତରେ ଥିବା ସଞ୍ଜୟ ଜୈନଙ୍କ ବିରୋଧରେ ରାଷ୍ଟ୍ରଦ୍ରୋହ ମାମଲା ରୁଜ୍ଜୁ କରାଯାଇଛି । ଏମାନଙ୍କ ଉପରେ ଅପରାଧିକ ଷଡଯନ୍ତ୍ର ରଚନା ଧାରା ଲଗାଯାଇଛି । ଏଡିଜି ଅଶୋକ ରାଥୋଡ କହିଛନ୍ତି ଯେ, ଗୁରୁବାର ଦିନ ଭାଇରାଲ ହୋଇଥିବା ଅଡିଓ ଟେପକୁ ନେଇ କଂଗ୍ରେସ ନେତା ମହେଶ ଯୋଶୀଙ୍କ ତରଫରୁ ଦୁଇଟି ଅଭିଯୋଗ ହୋଉଛି । ଧାରା ୧୨୪(ଏ) ଓ ୧୨୦(ବି) ଅନୁସାରେ ଏଫଆଇଆର ରୁଜ୍ଜୁ କରାଯାଇଛି । ଏହି ମାମଲାରେ ଗଜେନ୍ଦ୍ର ଶେଖାୱତ୍ କହିଛନ୍ତି ଯେ ସେ ସଞ୍ଜୟ ଜୈନଙ୍କୁ ଜାଣିନାହାନ୍ତି । ସେ କହିଛନ୍ତି ଯେ ସେ ଶହ ଶହ ସଞ୍ଜୟ ଜୈନକୁ ଜାଣିଛନ୍ତି କିନ୍ତୁ ଭାଇରାଲ ହୋଇଥିବା ଅଡିଓ କ୍ଲିପର ସଞ୍ଜୟ କିଏ ସେ ଜାଣିନାହାନ୍ତି । ଅଡିଓରେ ତାଙ୍କର କାଠବାର୍ତ୍ତା ନାହିଁ ବୋଲି ମଧ୍ୟ ସେ କହିଛନ୍ତି । ଏହା ଫେକ ଟେପ ବୋଲି ସେ କହିଛନ୍ତି । ସେ ସବୁ ପ୍ରକାର ତଦନ୍ତ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି । ଏସଓଜି ପୁରା ମାମଲାରେ ତଦନ୍ତ କରୁଛନ୍ତି । ବର୍ତ୍ତମାନ ସଞ୍ଜୟ ଜୈନକୁ ପଚରାଉଚୁରା ଜାରି ରହିଛି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0