ଜମ୍ମୁ:କାଶ୍ମୀରର କୁଲଗାମରେ ଭାରତୀୟ ସେନାର ଜବାନ ଓ ଆତଙ୍କବାଦୀଙ୍କ ସଂଘର୍ଷରେ ଜୈଶ୍-ଏ- ମହମ୍ମଦର ତିନି ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରେ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ୱାଲିଦ୍ ମଧ୍ୟ ସାମିଲ ଅଛି । ସେମାନଙ୍କ ପାଖରୁ ଅନେକ ଏମ୍-୪ ରାଇଫଲ, ଗୋଟିଏ ଏକେ-୪୭ ରାଇଫଲ ଓ ଅନ୍ୟ ସାମଗ୍ରୀ ହତିଆର ଓ ଗୋଳବାରୁଦ ଜବତ କରାଯାଇଛି । ସଂଘର୍ଷରେ ଆହତ ହୋଇଥିବା ୩ ଜଣ ଯବାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କାଶ୍ମୀର ଜୋନର ଆଇଜି ବିଜୟ କୁମାର ଏନେଇ ସୂଚନା ଦେଇଛନ୍ତି । ରାଜନୈତିକ କର୍ମକର୍ତ୍ତାମାନଙ୍କ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କ ଯାତ୍ରାର ସବିଶେଷ ବିବରଣୀ ବିଷୟରେ ପୁଲିସକୁ ସୂଚିତ କରିବା ପାଇଁ ସେ ଅନୁରୋଧ କରିଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0