ବୁଏନ୍ସ ଆରିଜ: ଆର୍ଜେଣ୍ଟିନା ବିପକ୍ଷ ମହିଳା ହକି ମ୍ୟାଚଟି ୧-୧ ଗୋଲରେ ଡ୍ର ହୋଇଛି । ଭାରତୀୟ ଦଳର ଅଧିନାୟିକା ରାଣୀ ରାମପାଳଙ୍କ ଗୋଲ ବଳରେ ଭାରତୀୟ ଦଳ ମ୍ୟାଚ ଡ୍ର ରଖିବାରେ ସକ୍ଷମ ହୋଇଥିଲା । ତେବେ ମ୍ୟାଚ ଆରମ୍ଭ ରୁ ହିଁ ଭାରତୀୟ ଦଳ ଆକ୍ରମଣାତ୍ମକ ଭାବରେ ଖେଳିଥିଲା । ଯାହା ଫଳରେ ୧ ମିନିଟରେ ହିଁ ଦଳକୁ ପେନାଲ୍ଟି କର୍ନର ମିଳିଥିଲା । ମାତ୍ର ଭାରତ ଏଥିରେ ବିଫଳ ହୋଇଥିଲା । ଅନ୍ୟପଟେ ବିପକ୍ଷ ଦଳ ୧୩ ମିନିଟରେ ଗୋଲ ଦେଇ ଦଳ ୧-୦ ଗୋଲରେ ଅଗ୍ରଣୀଲାଭ କରିଥିଲା । ଏହାର ଜବାବରେ ଭାରତୀୟ ଦଳ ୫୮ ମିନିଟରେ ଗୋଲ ଦେବାରେ ସକ୍ଷମ ହୋଇଥିଲା । ଏହା ସହ କ୍ରମାଗତ ଭାବରେ ଏହା ଭାରତର ଦ୍ୱିତୀୟ ଡ୍ର ମ୍ୟାଚ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0