spot_img

ମୁମ୍ବାଇ ଇଣ୍ଡିଆନ୍ସରୁ ବିଦାୟ ନେଲେ ଏହି ଅଭିଜ୍ଞ ଦ୍ରୁତ ବୋଲର

ନୂଆଦିଲ୍ଲୀ: ଆସନ୍ତା ଆଇପିଏଲ ସଂସ୍କରଣ ୧୪ରେ ଆଉ ନଜର ଆସିବେନି ଶ୍ରୀଲଙ୍କାର ଦ୍ରୁତତମ ବୋଲର ଲସିଥ ମାଲିଙ୍ଗା । ତେବେ ମୁମ୍ବାଇ ଇଣ୍ଡିଆନ୍ସ ସହ ହୋଇଥିବା ଚୁକ୍ତି ନବୀକରଣ ନ ହେବା ପରେ ଅଭିଜ୍ଞ ଦ୍ରୁତ ବୋଲର ମାଲିଙ୍ଗା ଫ୍ରାଞ୍ଚାଇଜ କ୍ରିକେଟରୁ ଅବସର ନେଇଛନ୍ତି । ଅନ୍ୟପଟେ ମାଲିଙ୍ଗା ଆଇପିଏଲ ଇତିହାସରେ ସର୍ବାଧିକ ୧୭୦ଟି ୱିକେଟ ନେଇଛନ୍ତି । ସେ ତାଙ୍କ ଅବସର ନେବା ବାବଦରେ ଗୋଟିଏ ମାସ ପୂର୍ବରୁ ହିଁ ଦଳକୁ ଅବଗତ କରାଇଦେଇଥିଲେ । ନିଜର ଅବସରକୁ ନେଇ ମାଲିଙ୍ଗା କହିଛନ୍ତି, ପରିବାର ସହ କଥାବାର୍ତ୍ତା ହେବା ପରେ ସମସ୍ତ ପ୍ରକାର ଫ୍ରାଞ୍ଚାଇଜ କ୍ରିକେଟରୁ ଅବସର ନେବାର ଏହା ଉପଯୁକ୍ତ ସମୟ । ତେଣୁ ସେ ଏପରି ନିଷ୍ପତି ନେଲେ ବୋଲି ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି ଲସିଥ ମାଲିଙ୍ଗା ।

l

LEAVE A REPLY

Please enter your comment!
Please enter your name here

- Advertisment -

Most Popular