ସିଡନୀ: ଭାରତ ଓ ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ଦୀର୍ଘ ୪୩ ବର୍ଷର ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ରହିଛି । ପୂର୍ବ ଟେଷ୍ଟ ମ୍ୟାଚରେ ଘରୋଇ ଅଷ୍ଟ୍ରେଲିଆ ଦଳକୁ ହରାଇ ଟିମ ଇଣ୍ଡିଆ ସିରିଜକୁ ୧-୧ରେ ବରାବର କରିଛି । ତେବେ ଆସନ୍ତା ଜାନୁଆରୀ ୭ ତାରିଖରୁ ଆରମ୍ଭ ହୋବାକୁଥିବା ମ୍ୟାଚକୁ ଜିତି ଦୀର୍ଘ ୪୩ ବର୍ଷର ରେକର୍ଡ ଭାଙ୍ଗିବା ଳକ୍ଷ୍ୟରେ ରହିଛି ରାହାଣେ ବାହିନୀ । ଏହି ଗ୍ରାଉଣ୍ଡରେ ଭାରତୀୟ ଦଳ ପାଇଁ ଏକମାତ୍ର ବିଜୟ ୧୯୭୮ ମସିହାରେ ହାସଲ କରିଥିଲା । ଏହା ସହ ବିଶନ ସିଂ ବେଦୀଙ୍କ ନେତୃତ୍ୱରେ ୪୩ ବର୍ଷ ପୂର୍ବେ ସିଡନୀରେ ହୋଇଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆକୁ ଗୋଟିଏ ଇନିଂସ ଏବଂ ୨ ରନରେ ପରାସ୍ତ କରିଥିଲା ଭାରତୀୟ ଦଳ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0