ରାଜିନାମା ଉଲ୍ଲଂଘନ କରି ବେଜିଙ୍ଗ୍ ଗ୍ରହଣ କରିଥିବା କେତେଗୁଡ଼ିଏ ପଦକ୍ଷେପ ସଂକ୍ରାନ୍ତରେ ଗ୍ରହଣଯୋଗ୍ୟ କୈଫିୟତ୍ ଦେଇ ନ ଥିବାରୁ ସମ୍ପ୍ରତି ଭାରତ ଓ ଚୀନ୍ ମଧ୍ୟରେ ଥିବା ସମ୍ପର୍କରେ ଏବେ ଅନେକ ସମସ୍ୟା ସୃଷ୍ଟି ହୋଇଛି ବୋଲି ଆଜି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି। ସିଙ୍ଗାପୁରରେ ଆୟୋଜିତ ‘ବ୍ଲୁମ୍ବର୍ଗ ନିୟୁ ଇକୋନୋମିକ୍ ଫୋରମ୍’ରେ ‘ଗ୍ରେଟର୍ ପାୱାର୍ କମ୍ପିଟିସନ୍: ଦି ଏମର୍ଜିଙ୍ଗ୍ ୱାର୍ଲଡ୍ ଅର୍ଡର୍’ ପାନେଲ୍ରେ ଏକ ପ୍ରଶ୍ନର ଉତ୍ତର ଦେଇ ଜୟଶଙ୍କର କହିଲେ, ଆମ ସମ୍ପର୍କର କେଉଁ ସ୍ଥାନରେ ଆମେ ଉପସ୍ଥିତ ହୋଇଛୁ ଏବଂ ଏଥିରେ କ’ଣ ତ୍ରୁଟି ହୋଇଛି ଚୀନ୍ର ସନ୍ଦେହ ଥିବ ବୋଲି ମୋର ମନେହୁଏ ନାହିଁ। ଅନେକ ଥର ମୁଁ ଚୀନ୍ର ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ୟିଙ୍କୁ ଭେଟିଛି। ଆପଣମାନେ ଜାଣନ୍ତି, ମୁଁ ଅତି ସ୍ପଷ୍ଟ ଏବଂ ବୁଝି ହେବା ପରି କହୁଛି। ଏଥିରେ କିଛି ଅସ୍ପଷ୍ଟ ନାହିଁ। ମୁଁ ନିଶ୍ଚିତ ଯେ, ସେମାନଙ୍କର ଆଗ୍ରହ ଥିଲେ ସେମାନେ ମୋ କଥା ଶୁଣି ପାରୁଥିବେ। ଦ୍ବିପାକ୍ଷିକ ସମ୍ପର୍କକୁ କେଉଁଆଡ଼େ ନେବାକୁ ଚାହୁଁଛନ୍ତି ତା’ର ଜବାବ ଚୀନା ନେତୃତ୍ବ ଦେବ ବୋଲି ସେ କହିଛନ୍ତି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0