spot_img

ପୁଣି ଚୀନକୁ କଡ଼ା ଜବାବ ଦେବାରେ ଭାରତ

ନୂଆଦିଲ୍ଲୀ: ଚୀନ ସ୍ଥଳ ଭାଗ ପରେ ଜଳ ଭାଗରେ ମଧ୍ୟ ରାଜନୀତି କରୁଛି । କିନ୍ତୁ ଏପଟେ ଚୀନ ଭାଷାରେ ଭାରତ କଡ଼ା ଜବାବ ଦେବାକୁ ପ୍ରସ୍ତୁତ ହୋଇ ରହିଛି । ଚୀନ ତିବତ୍ ରେ ବ୍ରହ୍ମପୁତ୍ର ନଦୀରେ ବନ୍ଧ ନିର୍ମାଣ କରିବାକୁ ଘୋଷଣା କରିଛି । ହେଲେ ଏହାର ଜବାବରେ ମୋଦୀ ସରକାର ଅରୁଣାଚଳ ପ୍ରଦେଶରେ ଏକ ବଡ଼ ଡ୍ୟାମ ନିର୍ମାଣ କରିବାକୁ ଯୋଜନା କରିଛି । ଏଥି ସହିତ ଏଠାରେ ୧୦ ଗିଗାୱାଟର ହାଇଡ୍ରୋ-ପାୱାର ପ୍ରକଳ ମଧ୍ୟ କରାଯିବ । ଜଳଶକ୍ତି ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଟିଏସ ମେହରା କହିଛନ୍ତି, ଚୀନ ଡ୍ୟାମର ନକରାତ୍ମକ ପ୍ରଭାବକୁ କମ କରିବା ଲାଗି ଅରୁଣାଚଳ ପ୍ରଦେଶରେ ବ୍ରହ୍ମପୁତ୍ର ଉପରେ ଏକ ବଡ଼ ଡ୍ୟାମର ଆବଶ୍ୟକତା ରହିଛି । ଏସଂକ୍ରାନ୍ତରେ ସରକାରଙ୍କୁ ପ୍ରସ୍ତାବ ପଠାଇଦିଆଯାଇଛି। ଡ୍ୟାମ ନିର୍ମାଣ ହେବା ଦ୍ୱାରା ଭାରତ ପାଖରେ ଅଧିକ ଜଳ ଧାରଣ କରିବାର କ୍ଷମତା ରହିବ ଏବଂ ଚୀନର କୌଣସି ଖରାପ ମାନସିକତାକୁ ଉଚିତ ଜବାବ ମିଳିପାରିବ ।

 

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular