ପେଶାବର: ପରଭେଜ ମୁଶର୍ରଫଙ୍କୁ ଫାଶୀଦଣ୍ଡାଦେଶ ଶୁଣାଇଥିବା ପାକିସ୍ତାନୀ ବିଚାରପତିଙ୍କ କରୋନାରେମୃତ୍ୟୁ ଘଟିଛି । ୫୯ ବର୍ଷ ବୟସ୍କ ଜଷ୍ଟିସ୍ ସେଠ ଗତ ଅକ୍ଟୋବର ୨୨ ତାରିଖ ଦିନ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ। ତାଙ୍କୁ ପେଶାବର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଇସ୍ଲାମାବାଦ କୁଲସୁମ ଇଣ୍ଟରନ୍ୟାସନାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ଜୁନ ୨୦୧୮ରେ ଜଷ୍ଟିସ ସେଠ୍ ପେଶାବର ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ ହୋଇଥିଲେ। ମୁଖ୍ୟ ବିଚାରପତି ଭାବେ ତାଙ୍କ କାର୍ୟ୍ୟକାଳରେ ସେ ପୂର୍ବତନ ସେନା ରାଷ୍ଟ୍ରପତି ପରଭେଜ ମୁଶର୍ରଫଙ୍କ ରାଜଦ୍ରୋହ ମାମଲାର ଶୁଣାଣି କରିଥିଲେ ।



Visitors Today : 0
Total Visitors : 130433
Total Views : 9891964
Visitors Online Now : 0