ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ । କେନ୍ଦ୍ର ସରକାର ଆଣିଥିବା ୩ କୃଷି ଆଇନ ବିରୋଧରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ବିଭିନ୍ନ ରାଜନୀତିକ ଦଳ ସମର୍ଥନ କରୁଛନ୍ତି।ଦିଲ୍ଲୀ ସୀମାରେ ଚାଷୀମାନେ ଜାରି ରଖିଥିବା ଆନ୍ଦୋଳନକୁ ଆଜି ୪ ମାସ ପୂରିଛି। ତଥାପି ସେମାନଙ୍କ ସମସ୍ୟାର ସମାଧାନ ହୋଇ ପାରୁ ନଥିବାରୁ ସେମାନେ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବନ୍ଦ ବେଳେ ଦେଶର ସମସ୍ତ ସଡ଼କ, ରେଳ ପରିବହନ ସମେତ ଦୋକାନ ବଜାର ଓ ସର୍ବସାଧାରଣ ସ୍ଥାନ ବନ୍ଦ ରହିଥିଲା। କିନ୍ତୁ ଜରୁରୀ ସେବା ଗୁଡ଼ିକୁ ଅନୁମତି ମିଳିଥିଲା।ଦିଲ୍ଲୀ ଏନସିଆର ଅଞ୍ଚଳରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ବିଭନ୍ନ ସ୍ଥାନରେ ବିକ୍ଷୋଭକାରୀ ରେଳ ଧାରଣାରେ ବସି ଟ୍ରେନ ଚଳାଚଳକୁ ଅଟକାଇ ଦେଇଥିଲେ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0