spot_img

ଦୈନିକ ସଂକ୍ରମଣ ସଂଖ୍ୟା ଦୃଷ୍ଟିରୁ ବିଶ୍ୱରେ ଭାରତ ପ୍ରଥମ

ନୂଆଦିଲ୍ଲୀ: ଦେଶରେ ଉଦବେଗଜନକ ହେଉଛି କରୋନା ସ୍ଥିତି । ଗତ ତିନି ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫ ହଜାର ପାର କରୁଛି । ବିଶ୍ୱର କୌଣସି ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ଏତେ ଅଧିକ ରହିବା ପ୍ରଥମ । ସେପଟେ ଦେଶରେ ସୁସ୍ଥ ସଂଖ୍ୟା ମଧ୍ୟ ତୁଳନାତ୍ମକଭାବେ ଖୁବ୍ ଭଲ ରହିଛି ।
ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ କିଛି ଦିନ ହେବ ଦୈନିକ ସଂକ୍ରମଣ ମାମଲା ୭୦ ହଜାରୁ ଅଧିକ ରହିବା ସହ ମୋଟ ସଂକ୍ରମଣ ମାମଲା ୩୬ ଲକ୍ଷ ଟପିଯାଇଛି । ତେବେ ୨୪ ଘଣ୍ଟାରେ ୭୮,୫୧୨ ନୂଆ ଆକ୍ରାନ୍ତ ସହ ଭାରତ ଆମେରିକାର ରେକର୍ଡକୁ ମଧ୍ୟ ଭାଙ୍ଗି ଦେଇଛି । ଗତ ଜୁଲାଇ ୨୫ରେ ଆମେରିକାରେ ସର୍ବାଧିକ ୭୮,୪୨୭ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା । ଆକ୍ରାନ୍ତଙ୍କ ମଧ୍ୟରୁ ୨୭,୭୪,୮୦୧ ଜଣ ସୁସ୍ଥ ହୋଇଥିବା ବେଳେ ୬୪,୪୬୯ ଜଣ ମୃତ୍ୟୁ ବରଣ କରିଛନ୍ତି । ୨୪ ଘଣ୍ଟା ମଧ୍ୟରେ ଜଣାପଡିଥିବା ୭୮,୫୧୨ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଆକ୍ରାନ୍ତଙ୍କ ସଂଖ୍ୟା ୭,୮୧,୯୭୫ରହିଛି । ଏହା ସହ ଦିନକରେ ୯୭୧ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଦେଶରେ କରୋନା ଜନିତ ମୃତ୍ୟୁ ହାର ୧.୭୯ ପ୍ରତିଶତକୁ ହ୍ରାସ ପାଇଛି । ସେପଟେ ଦେଶରେ ଆରୋଗ୍ୟ ହାର ୭୬.୬୧ ପ୍ରତିଶତକୁ ବୃଦ୍ଧି ପାଇଛି ।

coronaଆମେରିକା ଏବଂ ବ୍ରାଜିଲ ପରେ ଭାରତ ବିଶ୍ୱରେ ତୃତୀୟ ସର୍ବାଧିକ କରୋନା ପ୍ରଭାବିତ ରାଷ୍ଟ୍ର । ଅଗଷ୍ଟ ୪ ତାରିଖ ପରଠାରୁ ଭାରତରେ ଦୈନିକ ସଂକ୍ରମଣ ମାମଲା ଖୁବ୍ ଉଦବେଗଜନକ ଭାବେ ବଢି ଚାଲିଛି । ଗତ ସପ୍ତାହକ ମଧ୍ୟରେ ଦେଶରେ ୫ ଲକ୍ଷରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ ଏବଂ ଉତ୍ତରପ୍ରଦେଶରୁ ସର୍ବାଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ବୋଲି ସରକାରୀ ତଥ୍ୟରୁ ଜଣାପଡିଛି । ବର୍ତ୍ତମାନ ଦେଶରେ ମୋଟ ୭,୬୬,୨୨୬ ସକ୍ରିୟ ମାମଲା ରହିଛି । ତେବେ ୫ ଦିନରେ ପ୍ରଥମ ଥର ପାଇଁ ଦେଶରେ କରୋନା ମୃତ୍ୟୁ ୧ ହଜାରରୁ କମ୍ ରହିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular