ସୁରେଶ ରୈନା ଆଇପିଏଲ ଛାଡ଼ି ଫେରିବା ପରେ ଚେନ୍ନାଇ ସୁପର କିଙ୍ଗସ୍ର ମାଲିକ ଏନ୍ ଶ୍ରୀନିବାସନ ନିଜର ଅସନ୍ତୋଷ ଜାହିର କରିଛନ୍ତି । ତାଙ୍କର ଅଚାନକ ଚାଲିଯିବା ପରେ ମହେନ୍ଦ୍ର ସିଂହ ଧୋନି ପରିସ୍ଥିତି ସମ୍ଭାଳି ନେଇଥିଲେ । ତାଙ୍କ କହିବା ଅନୁସାରେ ରୈନା ଫେରିବାକୁ ଚାହିଁବେ । ସିଜନ ଆରମ୍ଭ ହୋଇନାହିଁ । ସେ କ’ଣ ଛାଡ଼ିଛନ୍ତି ତାହା ତାଙ୍କୁ ପରେ ଅନୁଭବ ହେବ ବୋଲି ସେ କହିଛନ୍ତି । ତାଙ୍କୁ ତାଙ୍କର ପାରିଶ୍ରମିକ ମିଳିବନି ବୋଲି ସେ ସ୍ପଷ୍ଟ କରିଛନ୍ତି । ଆଉ ଅଧିକ ଖେଳାଳି କରୋନା ପଜିଟିଭ୍ ଆସିଲେ ମଧ୍ୟ ଚିନ୍ତା କରିବାର କାରଣ ନାହିଁ ବୋଲି ସେ କହିଛନ୍ତି । ସେ ଖେଳାଳିମାନଙ୍କୁ ଭିଡ଼ିଓ କଲ ମାଧ୍ୟମରେ କଥା ହୋଇ ସେମାନଙ୍କୁ ସୁରକ୍ଷିତ ରହିବାକୁ କହିଛନ୍ତି । ଶ୍ରୀନିବାସନଙ୍କ କହିବାନୁସାରେ ରୈନା ଦୁବାଇ ଆସିବା ପରେ ନୂଆ ନୂଆ ଜିନିଷ ପାଇଁ ଅଭିଯୋଗ କରିଆସୁଥିଲେ । ଯଦି କେହି ଖୁସି ନାହାନ୍ତି ତେବେ ସେ ଫେରିଯାଆନ୍ତୁ । ରୈନା ଅଧ୍ୟାୟରୁ ଟିମ୍ ବାହାରି ସାରିଛି । ବେଳେବେଳେ ସଫଳତା ମୁଣ୍ଡ ଖରାପ ମଧ୍ୟ କରିଥାଏ ବୋଲି ସେ କହିଛନ୍ତି । ସିଏସକେ ଏକ ପରିବାର ପରି । ସମସ୍ତ କ୍ରିକେଟର ଏଥିରେ ରହିବା ଶିଖିଛନ୍ତି । ଯେଉଁମାନଙ୍କୁ କିଛି କଥା ଭଲ ଲାଗୁନି, ସେମାନେ ଫେରିଯାଇପାରନ୍ତି । ଖବର ଅନୁସାରେ ରୈନା ହୋଟେଲ ରୁମକୁ ନେଇ ଆରମ୍ଭରୁ ଖୁସି ନଥିଲେ ଓ କରୋନାକୁ ନେଇ ସେ କଠୋର କଟକଣା ଚାହୁଁଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0